jsm

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନର ଆଉ ଏକ ସଫଳତା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ରୀୟ ଆୟୁର୍ବେଦୀୟ ବିଜ୍ଞାନ ଅନୁସନ୍ଧାନ ପରିଷଦ, ଆୟୁଷ ମନ୍ତ୍ରାଳୟ ଭାରତ ସରକାରଙ୍କ ଆନୁକୁଲ୍ୟରେ ଆୟୁର୍ବେଦରେ ସ୍ନାତକ ଅଧ୍ୟୟନ ଛାତ୍ରଛାତ୍ରୀମାନଙ୍କ ଗବେଷଣା କ୍ଷେତ୍ରରେ ଉତ୍ସାହ ସୃଷ୍ଟି କରିବା ପାଇଁ Studentsh tship Programme for Ayurvedic Research Ken (SPARK) ଛାତ୍ରବୃତ୍ତି ବିକଶିତ କାର୍ଯ୍ୟକ୍ରମ କରି ଦେଶର ପ୍ରତିଭାଶାଳୀ ଯୁବ ମସ୍ତିସ୍କର ଅନୁସନ୍ଧାନ ପ୍ରୟାସକୁ ଉତ୍ସାହିତ କାରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରୟାସ । ଏହି କାର୍ଯ୍ୟକ୍ରମରେ କେବଳ ଏନ୍‌ସିଆଇଏସ୍‌ଏମ୍‌ ଦ୍ୱାରା ମାନ୍ୟତା ପ୍ରାପ୍ତ ଆୟୁର୍ବେଦ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ । ଏହାର ଉଦ୍ଦେଶ୍ୟ ଯୁବ ଛାତ୍ରଛାତ୍ରୀମାନଙ୍କ ନୂତନ ଚିନ୍ତାଧାରାକୁ ସମର୍ଥନ କରିବା ସଙ୍ଗେ ସଙ୍ଗେ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ତଥ୍ୟଭିତ୍ତିକ ବୈଜ୍ଞାନିକ ଗବେଷଣା ସଂସ୍କୃତିକୁ ପ୍ରୋତ୍ସାହନ ଦେବା । ଏହି ଯୋଜନାରେ ଏହି ମହାବିଦ୍ୟାଳୟର ୩ୟ ବର୍ଷର ୨ଜଣ ଛାତ୍ର ପ୍ରଦୋଷ ରଞ୍ଜନ ପଣ୍ଡା, ଦ୍ରବ୍ୟଗୁଣ ବିଭାଗ ଏବଂ ନିଶାନ୍ତ ନାମଦେଓ କୌମାର ଭୃତ୍ୟ ବିଭାଗରେ ଗବେଷଣା ନିମିତ୍ତ ଚୟନ ହୋଇଛନ୍ତି । ଶ୍ରୀ ପଣ୍ଡା ଦ୍ରବ୍ୟଗୁଣ ବିଭାଗର ସହ ଅଧ୍ୟାପକ ଡ. ଯୋଗ୍ନାଂଶୁ ବର୍ମା ଏବଂ ଶ୍ରୀ ନାମଦେଓ ବାଳରୋଗ ବିଭାଗର ସହଅଧ୍ୟାପିକା ୮ ମୈତ୍ରୀ ପୁରୋହିତଙ୍କ ତତ୍ତ୍ୱାବଧାନରେ ଏହି ଅନୁସନ୍ଧାନ କାର୍ଯ୍ୟ ସଂପାଦନ କରିବେ । ଏଥି ନିର୍ମିତ କେନ୍ଦ୍ରୀୟ ଆୟୁର୍ବେଦୀୟ ବିଜ୍ଞାନ ଅନୁସନ୍ଧାନ ପରିଷଦ ଦ୍ୱାରା ପ୍ରତ୍ୟେକ ଛାତ୍ରଙ୍କୁ ୫୦,୦୦୦ ପ୍ରୋତ୍ସାହନ ରାଶି ଯୋଗାଇଦେବେ ବୋଲି ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଏହା ଅଧ୍ୟକ୍ଷା ଡ. କାମିନୀ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶିତ କରିଛନ୍ତି । ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଙ୍କୁ ଧନ୍ୟବାଦ ଦେବା ସହ ପରିଷଦ କତ୍ତୃପକ୍ଷଙ୍କୁ ମହାବିଦ୍ୟାଳୟ ପରିଚାଳନା କମିଟି କୃତଜ୍ଞତା ପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.