jsm

୮୪ ଘର ଅଘରିଆ ସମାଜର ଯୁବ ସମାବେଶରେ ମେଗା ରକ୍ତଦାନ ଶିବିର : ୪୧୧ ୟୁନିଟ ରକ୍ତ ସଂଗୃହୀତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ଆଞ୍ଚଳିକ କମିଟି ବଲାଙ୍ଗିର ଆନୁକୁଲ୍ୟରେ ମାଧିଆପାଲି ସ୍ତିତ ଗାର୍ଡେନଇନ୍ ହୋଟେଲଠାରେ ପ୍ରଥମ ଯୁବ ସମାବେଶ ଓ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା । କେନ୍ଦ୍ର ସଭାପତି ଶୁଭ୍ରାଂଶୁ ପଟେଲଙ୍କ ବଳିଷ୍ଠ ଉଦ୍ୟମ କ୍ରମେ ଯୁବାମଂଚ ସଭାପତି ପ୍ରମୋଦ କୁମାର ପଟେଲଙ୍କ ସଭାପତିତ୍ୱରେ ଯୁବ ସମାବେଶ ହୋଇଥଲା । ପାଗର ପ୍ରତିକୂଳ ପରିବେଶ ଓ ଝିପିଝିପି ବର୍ଷା ହେଉଥିଲେ ମଧ୍ୟ ସୁଦୁର ଛତିଶଗଡ ରାଜ୍ୟ ସଭାପତି ଭୁବନେଶ୍ୱର ପଟେଲ ମୁଖ୍ୟ ଅତିଥି ଭାବେ, ଓଡିଶା ରାଜ୍ୟ ସଭାପତି ଦୀନବନ୍ଧୁ ନାଏକ, ଗାଙ୍ଗପୁର ଗୁଡି ସଭାପତି ପ୍ୟାରିମୋହନ ପଟେଲ, କଳାହାଣ୍ଡି ଜିଲ୍ଲା ସଂପାଦକ ସୁଜନ ଅଘରିଆ, ଟ୍ରଷ୍ଟ ସଂପାଦକ ଦିଲ୍ଲୀପ ପଟେଲ, ସଂଯୋଜକ ଯଶୋବନ୍ତ ନାଏକ ଓଡିଶା ରାଜ୍ୟ ସଂପାଦକ ସୁରେଶ ପଟେଲ, ସୁନ୍ଦରଗଡ ମଣ୍ଡଳ ସଭାପତି ଦିଲ୍ଲୀପ ପଟେଲ, ଛତିଶଗଡ ସାଧାରଣ ସଂପାଦକ ଦୀନଦୟାଲ ପଟେଲ, କେନ୍ଦ୍ରୀୟ ସଂପାଦକ ଧନଞ୍ଜୟ ପଟେଲ ଯୋଗ ଦେଇ ଯୁବାବର୍ଗ ସମାଜର କର୍ଣ୍ଣଧାର ଆଗାମୀ ପିଢିର ଭବିଷ୍ୟତ ତାରକା ବୋଲି ସମ୍ଭାଷଣ କରି ଉତ୍ସାହିତ କରିଥିଲେ । ରକ୍ତଦାନ ଶିବିରର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡା. କୁବେର ମହନ୍ତ ଓ ସିଡିଏମ୍‌ଓ ବଲାଙ୍ଗିର ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ନାଏକ । ଦୁହେଁ ଫିତା କାଟି ଶିବିରକୁ ଉଦ୍‌ଘାଟନ କରିଥିଲେ । ଆଜି ୮୪ ଘର ଅଘରିଆ ସମାଜ ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ୪୬ତମ ଜନ୍ମ ଦିନ ପାଳନ ଅବସରରେ ଯୁବାମଂଚ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରରେ ୪୧୧ ୟୁନିଟ ରକ୍ତଦାନ ସମାଜର ଏକତାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରେ । ଛତିଶଗଡ ରାଜ୍ୟ ସଭପତି ଭୁବନେଶ୍ୱର ପଟେଲ ରକ୍ତଦାନର ଦାୟିତ୍ୱ ତୁଳାଇଥିଲେ । ସମାଜ ସେବକ ବିବେକାନନ୍ଦ ପଟେଲ ଓ ୧୮ ଗୁଡିର ଯୁବାମଂଚ କର୍ମକର୍ତ୍ତା ୧୧ ଉପଦେଷ୍ଟା, ୪ ମଣ୍ଡଳ ସଭାପତି, ୧୮ ଗୁଡି ସଭାପତି ମହିଳା ମଂଚ, କୃଷକ ମଂଚ, ନିର୍ମାଣ କମିଟି, ପୁସ୍ତକ କମିଟି, ଶିକ୍ଷା କମିଟି ସମେତ ସମସ୍ତ କର୍ମକର୍ତ୍ତା ଶିବରରେ ସହଯୋଗ କରିଥିଲେ । ମଳମୁଣ୍ଡା ଓ ମାଧିଆପାଲି ଗ୍ରାମର ଯୁବାବର୍ଗ ଓ କର୍ମକର୍ତ୍ତାଙ୍କ ସମେତ ଆଖପାଖ ଅଂଚଳର ଅନେକ ଶୁଭେଚ୍ଛୁ ଓ ଯୁବକ ଯୁବତୀ ଯୋଗ ଦେଇଥିଲେ । ଶିବିରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ ଓ କଣ୍ଟାବାଞ୍ଜି ମେଡିକାଲ ଡ. ଅଶୋକ ମିଶ୍ର, ଜ୍ୟୋତିର୍ମୟୀ ନାଏକ, ଶେଖ ଅବଦୁଲ ଅସରଫ, ଅଞ୍ଜିତ ବେହେରା, ରୀପୁରାଜ ମେହେର, ନମିତା ମେହେର, ଚନ୍ଦ୍ର ପ୍ରକାଶ ନାଗ, କେଶବ ଷାଣ୍ଢ, ସୁଶିଳ ସୁନା, ଶିବ କୁମାର ସାହୁ, କୁନାଳ ଦାଶ, ଗଜପତି ବେହେରା, ଗୁରୁବାରୁ ରଣା ଓ ପବିତ୍ର ମହାରଣା ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ । ମଂଚ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ ସାଧାରଣ ସଂପାଦକ ଦିଗାମ୍ବର ନାଏକ ଓ ଧନ୍ୟବାଦ ଅର୍ପଣ କରିଥିଲେ ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ।

yuvodaya
Leave A Reply

Your email address will not be published.