କୋଭିଡ଼ -୧୯ ଟୀକାକରଣର ପ୍ରାକ୍‌ ପ୍ରସ୍ତୁତି ସମ୍ବନ୍ଧୀୟ ଦ୍ୱୀତିୟ କର୍ମଶାଳା ଓ ପୋଲିଓ ଟୀକାକରଣର ପ୍ରଥମ କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧକ୍ଷତାରେ କୋଭିଡ଼ -୧୯ ଟୀକାକରଣର ପ୍ରାକ୍‌ ପ୍ରସ୍ତୁତି ସମ୍ବନ୍ଧୀୟ ଦ୍ୱୀତିୟ କର୍ମଶାଳା ଓ ପୋଲିଓ ଟୀକାକରଣର ପ୍ରଥମ କର୍ମଶାଳା ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦିଲ୍ଲୀପ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ ଡାକ୍ତର ନବକିଶୋର ବେହେରା କୋଭିଡି-୧୯ ଟୀକାକରଣର ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ପ୍ରସ୍ତୁତି ଏବଂ ନିୟମାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ଭିଲାନ୍ସ ଅଧିକାରୀ ଡାକ୍ତର ଅବନିନ୍ଦ୍ର ସାହୁ ପ୍ରସ୍ତୁତି ଚାଲିଥିବା ଟୀକାର ବର୍ତମାନର ସ୍ଥିତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଆଗାମୀ ବର୍ଷ ମଧ୍ୟ ଭାଗରେ କୋଭିଡି -୧୯ର ଟୀକାକରଣ ହେବାର ସମ୍ଭାବନା ଥିବାରୁ ଜିଲାର ସମସ୍ତ ବିଭାଗର ଏହି କାର୍ୟ୍ୟରେ ସାହାଯ୍ୟ କରିବା ପାଇଁ ଜିଲାପାଳ ଆହ୍ୱାନ କରିଥିଲେ । ଏହି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ କୋଭିଡ୍ ଟୀକାକରଣର ସମ୍ପୁର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଗଲା । ପ୍ରତ୍ୟକ ସପ୍ତାହ ବୁଧବାର ସଂଧ୍ୟାରେ ଜିଲ୍ଲା ଟାସ୍କଫୋର୍ସ୍ ମିଟିଂ କରିବାକୁ ସ୍ଥିର କରାଗଲା । ସେହି ଅନୁଶାରେ ପ୍ରତ୍ୟକ ସପ୍ତାହ ବ୍ଲକ ଟାକ୍ସଫୋର୍ସ ମିଟିଂ ମଧ୍ୟ ଅନୁଷ୍ଠିତ ହେବ । ଟୀକାକରଣ ସ୍ଥାନ ଚିହ୍ନଟ ଓ ଟୀକାକରଣ ଅଧିକାରୀ ଚୟନ ପ୍ରକ୍ରିୟା ଆସନ୍ତା ୩୦ ତାରିଖ ପୂର୍ବରୁ ସାରିବା ପାଇଁ ନିର୍ଦ୍ଦେଶ ଦିଆଗଲା । ସମ୍ପୁର୍ଣ୍ଣ ଟିକାକରଣ କାର୍ୟ୍ୟକ୍ରମରେ ପଂଚାୟତ ପ୍ରତିନିଧିମାନଙ୍କୁ ସାମିଲ କରେଇବାକୁ ନିର୍ଦ୍ଦେଶ ଦିଆଗଲା ।

ଏହି କର୍ମଶାଳାରେ ଉପଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ, ଆରକ୍ଷୀ ଅଧିକ୍ଷକ ଡି. ପି. ଦାଶ, ସୁବର୍ଣ୍ଣପୁର ପ୍ରକଳ୍ପ ନିର୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦୋଳମଣୀ ପଟେଲଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଅଧକ୍ଷ ସୋନପୁର ମହାବିଧ୍ୟାଳୟ, ଅଧକ୍ଷ ବିଜୁପଟ୍ଟନାୟକ ମହିଳା ମହାବିଧ୍ୟାଳୟ, ଅଧକ୍ଷ ସୁକାନ୍ତି ଏକାଡେମୀ ସୋନପୁର, ନିର୍ବାହୀ ଯନ୍ତ୍ରୀ ୱେସ୍କୋ, ନିର୍ବାହୀ ଅଧିକାରୀ ପୌରପାଳିକା, ସୋନପୁର , ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନେହେରୁ ଯୁବ କେନ୍ଦ୍ର ର ଜିଲ୍ଲା ପରିଚାଳକ ଏବଂ ଜିଲ୍ଲାର ସମସ୍ତ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ସରକାରଙ୍କ ଏହି ପ୍ରୟାସରେ ନିଜକୁ ଓ ନିଜ ବିଭାଗକୁ ସାମିଲ କରିବାକୁ ସମ୍ମତି ପ୍ରକାଶ କରିଥିଲେ ।

Leave A Reply

Your email address will not be published.