oom

ଅସୀତ ତ୍ରିପାଠୀଙ୍କୁ ଅଭିନନ୍ଦନ ଜଣାଇଲା ବଲାଙ୍ଗିର ନାଗରିକ କମିଟି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କୁ ଅବସର ଗ୍ରହଣ ପରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ପରାମର୍ଶ ଦାତା ଭାବରେ ନିଯୁକ୍ତି ଦିଆଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲାଙ୍ଗିର ନାଗରିକ କମିଟି ତରଫରୁ କୃତଜ୍ଞତା ଜ୍ଞାପନ କରାଯିବା ସଙ୍ଗେ ସଙ୍ଗେ ଶ୍ରୀ ତ୍ରିପାଠୀଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ପ୍ରକାଶଯୋଗ୍ୟ ଯେ, ଶ୍ରୀ ତ୍ରିପାଠୀ ଡିସେମ୍ବର ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ଏହି ପଦବୀରେ ଯୋଗଦାନ କରି ପଶ୍ଚିମ ଓଡିଶାର ସାମୁହିକ ବିକାଶ ପାଇଁ କାମ କରିବେ ବୋଲି ବଲାଙ୍ଗିର ନାଗରିକ କମିଟିର ସଭାପତି ବିକ୍ରମାନନ୍ଦ ବହିଦାର, ସାଧାରଣ ସଂପାଦକ ବିଷ୍ଣୁପ୍ରସାଦ କେଡିଆ ଓ ଉପ ସଭାପତି ନିତ୍ୟାନନ୍ଦ ମିଶ୍ର ଆଶା ପ୍ରକାଶ କରିଛନ୍ତି । ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଶ୍ରୀ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଦାୟିତ୍ୱ ନେବା ପରେ ବଲାଙ୍ଗିର ଜିଲ୍ଲାର ଅବହେଳିତ ସମସ୍ୟା ଗୁଡିକର ସମାଧାନ ହେବ ବୋଲି ନାଗରିକ କମିଟି ଆଶା ପ୍ରକାଶ କରିଛି ।

jittmm
Leave A Reply

Your email address will not be published.