oom

କ୍ରିଷ୍ଣା କପ୍ କ୍ରିକେଟ୍ : କଲଙ୍ଗାପାଲି ସେମିରେ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେସିସି ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ କଲଙ୍ଗାପାଲି ଦଳ ବୁଡେନ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ମହୁଲପାଲି ଦଳ ଇଚ୍ଛାପାଲି ଦଳକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲେ । କ୍ବାଟର ଫାଇନାଲ ମ୍ୟାଚରେ କଲଙ୍ଗାପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ମଧ୍ୟରେ ୫ ଉଇକେଟ ହରାଇ ୧୫୫ ସଂଗ୍ରହ କରିଥିଲେ । ଏହାର ଜବାବରେ ମହୁଲପାଲି ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୬୮ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। । ମ୍ୟାଚ ଶେଷରେ ପଦ୍ମପୁର ଯୁବ ସାମ୍ବାଦିକ ଡିଲେଶ୍ବର ବାଗ ଅତିଥି ରୂପେ ଯୋଗଦେଇ କଲଙ୍ଗାପାଲି ଦଳର ଦୁର୍ୟୋଧନଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଦିଲୀପ ଭୋଇ ଓ ଅନୀଲ ସାହୁ ଅମ୍ପାୟାରିଂ, ରଜତ ଓ ବିପ୍ଲବ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ । ଦେବାଶିଷ ଓ ଭୂଷଣ ଧାରାବିବରଣୀ ପ୍ରଦାନ କରିଥିଲେ। ଅଙ୍କିତ, ଛୋଟୁ, ବାଦଲ, ଅରବିନ୍ଦ, ନିଖିଲ ଓ ଗେଲୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.