ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଦହିଗାଁ ପଞ୍ଚାୟତ ବୁବୁଡା ଗ୍ରାମରେ ମହାଲକ୍ଷ୍ମୀ ପୂଜା ସହ ୩ ଦିନ ଧରି ପୁରାଣ ପାଠ ହୋଇଥିଲା । ଏବର୍ଷ କରୋନାକୁ ଦେଖି ସୁରୁଖୁରୁରେ ପୂଜା ହୋଇଥିଲା । ଆଜି ସନ୍ଧ୍ୟା ୫ଟା ରେ ଭସାଣି ଯାତ୍ରା ଆରମ୍ଭ ହୋଇଥିଲା । ମୁଖ୍ୟ କର୍ତ୍ତା ଭାବେ ଗାଁର ଗୌନ୍ତିଆ ଭୂବନେ ବରିହା, ତାଙ୍କର ଧର୍ମ ପତ୍ନୀ ଏବଂ ଡାକ୍ତର ମେହେର ଓ ତାଙ୍କର ଧର୍ମ ପତ୍ନୀ ଯୋଗ ଦେଇଥିଲେ । ପୂରାଣ ପାଠ କରିଥିଲେ ପରମେଶ୍ବର ଦାଶ । ପୂଜା କମିଟିର ସଦସ୍ୟ ଟିକେଶ୍ବର ବରିହା, କୁଲମଣି ମେହେର, ଦୀନ ବୁଡେକ, ତରଣୀ ସାହୁ, ତପି ବୁଡେକ, ନାରେନ ପୋଡ଼ ପ୍ରମୁଖ ପରିଚାଳନା କରିଥିଲେ ।
Next Post