oom

ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ ସଭାଗୃହଠାରେ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ତଥା ୟୁଏସ୍‌ କଂସୁଲେଟ ଜେନେରାଲ ହାଇଦ୍ରାବାଦ ସହାୟତାରେ ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହ ସାମ୍ପ୍ରତିକ ସ୍ଥିତିରେ କାର୍ଯ୍ୟକ୍ରମର ଉପାଦେୟତା ଓ ସଠିକ ପରିଚାଳନା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଅଙ୍ଗନୱାଡି କର୍ମୀ, ସୁପରଭାଇଜର, ଆଶା, ୱାନଷ୍ଟପ ସେଣ୍ଟର, ଆଇସିଡିଏସ୍‌, ଛାତ୍ରୀ, ସିଆର୍‌ପି, ଫେଡେରେସନ ଲିଡର, ସ୍ଵଧାର ଗୃହ, ବ୍ୟାଙ୍କ ମିତ୍ର, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ତାଲିମଦାତ୍ରୀ ଭାବରେ ସାଧନା ଫାଉଣ୍ଡେସନର ସମ୍ପାଦିକା ଶ୍ରୀମତୀ ସୁଜାତା ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟରତ ଅଧିକାରୀ ଶ୍ରୀମତୀ ପୂଜାଫୁଲ ପଟ୍ଟନାୟକ ମହିଳାମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଯେପରିକି ସାମ୍ବିଧାନିକ ଅଧିକାର, କନ୍ୟା ଭୃଣ ହତ୍ୟା, ପକ୍‌ସୋ ଆଇନ, ବାଲ୍ୟ ବିବାହ, ଯୌତୁକ ନିରୋଧ ଆଇନ, ଘରୋଇ ହିଂସା ପ୍ରତିରୋଧ ଆଇନ, କର୍ମ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ପ୍ରତିରୋଧ ଆଇନ ଓ ବିଭିନ୍ନ ଯୋଜନା ତଥା ଆନୁଷ୍ଠାନିକ ବ୍ୟବସ୍ଥା ଆଦି ଉପରେ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଥିଲେ । ସେହିପରି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ବ୍ଲକ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ସ୍ୱାଇଁ, ଶିଶୁ ମଙ୍ଗଳ କମିଟି ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରି ଉପସ୍ଥିତ ଅଂଶଗ୍ରହଂଣକାରୀଙ୍କୁ ଏହି କାର୍ଯ୍ୟକ୍ରମ ଯେପରି ସଫଳ ହୋଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ସାର୍ଟିଫିକେଟ ଓ ସହାୟକ ପୁସ୍ତିକା ପ୍ରଦାନ କରାଯାଇଥିଲା । ପରିଶେଷରେ ଶ୍ରୀମତୀ ପୂଜାଫୁଲ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.