csstore

ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବଡ଼ଗମଡ଼ା ଦଳକୁ ୧-୦ ଗୋଲରେ ପରାସ୍ତ କରି ଫାଇନାଲ୍‌ରେ ସୁଲେକେଲା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗାଁର ପଟୁଆ ଡୁଙ୍ଗରି ଖେଳପଡିଆରେ ଚାଲିଥିବା ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ତୃତୀୟ ଦିବସରେ ପହଞ୍ଚିଛି । ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଫାଲଗୁନୀ ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ଜିଆର୍‌ଏସ୍‌ ସଚିନ ବିଭାର, ପ୍ରଧାନ ଶିକ୍ଷକ ଅର୍ଜୁନ ସାହୁ, ବିଶିଷ୍ଟ ଜ୍ୟୋତିଷ ନରସିଂହ ତାଣ୍ଡି, ନାଏବ ସରପଞ୍ଚଙ୍କ ପ୍ରତିନିଧି ବିକ୍ରମ ପୋଡ଼, ବିଶ୍ୱନାଥ ମିଶ୍ର, ବୈରାଗୀ ଗହୀର, ଡଗ୍ରେଶ୍ଵର ପୁଞ୍ଜି, ନିରନଲାଲ ପୁଞ୍ଜି, ଭୀମରାଜ ବେହେରା, ତ୍ରିନାଥ ନାଗ, କୁନ୍ତଳା ବେହେରା, ପୂର୍ଣ୍ଣମୀ ଛୁରା, ଲଳିତା ପୁଞ୍ଜି, ଉର୍ମିଳା ଠେଲା, ଶୁଭ୍ର ପ୍ରଧାନୀ, କିମ୍ବଦନ୍ତୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ତୃତୀୟର ମ୍ୟାଚ୍‌ରେ ସୁଲେକେଲା ଓ ବଡ଼ଗମଡ଼ା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ବଡ଼ଗମଡ଼ା ଦଳକୁ ୧-୦ ଗୋଲରେ ପରାସ୍ତ କରି ସୁଲେକେଲା ଦଳ ଫାଇନାଲ୍‌ରେ ପ୍ରବେଶ କରିଛି । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ଡିସେମ୍ବର ଭୋଇ ସହଯୋଗ କରିଥିଲେ । ଅଭୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ସଦାନନ୍ଦ ତାଣ୍ଡି, ସମ୍ପାଦକ ଲମ୍ବୋଦର ବେହେରା, କୋଷାଧ୍ୟକ୍ଷ ଚକ୍ରଧର ପୁଞ୍ଜି, ସଦସ୍ୟ କେଶବ ଚନ୍ଦ୍ର ପୁଞ୍ଜି, ଚୁଡାମଣି ପୁଞ୍ଜି, ଚିନ୍ତାମଣି ବେହେରା, ସୁଧୀର କୁମାର ପୁଞ୍ଜି, କିଶୋର ବେହେରା, ଗୋପାଳ ବେହେରା, ପପୁ ବେହେରା, ଖୁସିରାମ ବେହେରା ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.