jayashree

ଅବକାରୀ ବିଭାଗର ଚଢାଉ

ଆଠଗଡ଼ : ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ଅବକାରୀ ବିଭାଗର ତିନୋଟି ସ୍ଵତନ୍ତ୍ର ଟିମ୍ ଏକ ଘର ଉପରେ ଚଢାଉ କରିଥିଲେ । ସେହି ଘରୁ ୨୦ ବ୍ୟାରେଲ ଓ ସେହି ଘର ପଛପଟେ ଥିବା ଏକ କୂଅ ମଧ୍ୟରୁ ୩୦ ବ୍ୟାରେଲ ଚୋରା ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଘଟଣାସ୍ଥଳରୁ ମଦ ମାଫିଆମାନେ ଫେରାର୍‌ ହୋଇଯାଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଜାରି ରହିଛି । ଜବତ ଦେଶୀ ମଦର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଡେପୁଟି ସୁପରିଟେଣ୍ଡଣ୍ଟ ପ୍ରମୋଦ କୁମାର ପଣ୍ଡା କହିଛନ୍ତି ।

Leave A Reply

Your email address will not be published.