ସୁବର୍ଣ୍ଣପୁର ପୌର ପରିଷଦରେ ଅର୍ପଣ ରଥର ଶୁଭାରମ୍ଭ : ସହରରେ ବିପୁଳ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ସଦର ମହକୁମା ପୌର ପରିଷଦଠାରେ ଆଜି ଅର୍ପଣ ରଥର ଶୁଭାରମ୍ଭ ହୋଇଯାଇଛି । ଡିଆର୍‌ଡିଏ ପି ଡି ଡୁଡ଼ା ବିଶ୍ଵନାଥ ବାରିକ ଏହି ରଥକୁ ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୌର ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ପୌର ଅଧିକାରୀ ମନୋରଞ୍ଜନ ପଣ୍ଡା ଯୋଗଦେଇ ସହରରେ ବିଭିନ୍ନ ୱାର୍ଡମାନଙ୍କରେ ରଥ ପରିକ୍ରମା କରାଇ ଲୋକଙ୍କୁ ଏହାର ଉଦ୍ଦେଶ୍ୟ ଉପରେ ସୂଚନା ଦେଇଥିଲେ । ୱାର୍ଡ ନମ୍ୱର୍ ୩, ୪, ୬, ୧୩ ରେ ଆଜି ଏହି ଅର୍ପଣ ରଥକୁ ଲୋକେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରି ଶ୍ରୀଜଗନ୍ନାଥଙ୍କୁ ଅରୁଆ ଚାଉଳ ଫୁଲ ଅର୍ପଣ କରିଥିଲେ । ପୌର ଅଧିକାରୀ ମନୋରଞ୍ଜନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ୱାର୍ଡର କାଉନସିଲର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଯୋଗ ଦେଇଥିଲେ । ଏହି ଅବସରରେ ହଜାର ଲୋକଙ୍କ ଉପସ୍ଥିତିରେ ନାମ ସଂକୀର୍ତ୍ତନ ମଣ୍ଡଳୀର ହରିବୋଲ ଓ ମହିଳାମାନଙ୍କ ହୁଳହୁଳି ମଧ୍ୟରେ ଅର୍ପଣ ରଥକୁ ସହର ପରିକ୍ରମାର ଶୁଭାରମ୍ଭ କରାଯାଇଥିଲା । ସମସ୍ତ ଜନସାଧାରଣ ଶ୍ରୀକ୍ଷେତ୍ରର ଏହି ପବିତ୍ର ଯଂଜ୍ଞ ଅନୁଷ୍ଠାନରେ ଆଧ୍ୟାତ୍ମିକ ଓ ମାନସିକ ସ୍ତରରେ ଯୋଡି ହୋଇ ଜଗନ୍ନାଥ ସଂସ୍କୃତିକୁ ଉଦ୍ଜୀବିତ କରିବାକୁ ପ୍ରତି ପରିବାରରୁ ଗୁଆ ଓ ଚାଉଳ ସଂଗ୍ରହ କରାଯାଇଅଛି ।

Leave A Reply

Your email address will not be published.