csstore

ଅଲାତରାଠରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ପଡିଆଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଳିତ ହୋଇଯାଇଛି । ସରପଞ୍ଚ ସସ୍ମିତା ନାଗଙ୍କ ନେତୃତ୍ୱରେ ସୁନାମୁଖୀ ମନ୍ଦିରରୁ ମଶାଲ ଯାତ୍ରା ଆରମ୍ଭ କରି ଗ୍ରାମ୍ୟ ପରିକ୍ରମା କରିଥିଲେ । ଏଥିରେ ମ.ରାମପୁର ରାଜ ପରିବାରର ଯୁବ ସମାଜସେବୀ ନୀଳମାଧବ ସିଂହଦେଓଙ୍କ ସମେତ ଗ୍ରାମର ବୁଦ୍ଧିଜୀବୀ ମହିଳାମାନେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଶିକ୍ଷ୍ୟାବିଦ୍‌ ପିତାମ୍ବର ନାଗ, ମୁଖ୍ୟବକ୍ତା ନାଟ୍ୟ ନିର୍ଦ୍ଦେଶକ ତଥା ଶିକ୍ଷାବିଦ୍‌ ଖଗେଶ୍ୱର ରଣା, ସମ୍ମାନିତ ଅତିଥି ଭାବେ ଶିକ୍ଷ୍ୟାବିଦ୍‌ ଘନଶ୍ୟାମ ବଗର୍ତ୍ତୀ, ଶକୁନ୍ତଳା ମିଶ୍ର, ପଞ୍ଚୁଦେବ ସାହୁ, ଯୁଗେଶ୍ୱର ବାରିକ, କଳାକାର କହ୍ନେଇ ବାଗ, ଚୈତନ୍ୟ ଦାସ, ଶିକ୍ଷକ ଅଶୋକ ବିଶ୍ୱାଳ, ବେଣୁଧର ରଣା, ଜଗନ୍ନାଥ ପଧାନ, ଆଦିତ୍ୟ ଦଣ୍ଡିଆ, ପୂର୍ବତନ ସରପଞ୍ଚ ଜଗବନ୍ଧୁ ଭୋଇ ଓ ଦୁର୍ବାଦଳ ଭୋଇ, ଜନ୍ମେଜୟ ରଣା, ଏମ୍‌ବିକେ ମମିତା ସାହୁ ପ୍ରମୁଖ ଉପସ୍ଥିତ ରହି କଳାହାଣ୍ଡିର କଳା ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିବା ବେଳେ କୃତି କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଲିଙ୍ଗରାଜ ନାଗ ଓ ଗଙ୍ଗାଧର ରଣା ମଞ୍ଚ ସଂଯୋଜନା କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଞ୍ଚଳ ହରିଜନ, ନାଏବ ସରପଞ୍ଚ ନରେଶ ଦଣ୍ଡିଆ, ଯୋଗାଣ ସହାୟକ ସୁଶାନ୍ତ ବଗର୍ତ୍ତୀ, ତ୍ରିନାଥ ଷାଣ୍ଢ ତଥା ସମସ୍ତ ସଭ୍ୟ, ସଭ୍ୟାମାନେ ସାହାର୍ଯ୍ୟ ସହଯୋଗ କରିଥିଲେ । ଏଥିରେ ବିଭିନ୍ନ ବିଭାଗର ପ୍ରଦର୍ଶନୀ ସହିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା ।

jayashree
Leave A Reply

Your email address will not be published.