pakka

ଟାଙ୍ଗିଆରେ ହାଣି ପତ୍ନୀଙ୍କୁ ହତ୍ୟା କଲା ନୃସଂଶ ସ୍ୱାମୀ

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : ଘରୋଇ କଳିର କରୁଣ ପରିଣତି । ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃସଂଶ ସ୍ୱାମୀ । ନଦୀକୁ ଗାଧୋଇ ଯାଇଥିବା ବେଳେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ । ଏଭଳି ଏକ ଘଟଣା ଘଟିଛି ପାଟଣାଗଡ଼ ବ୍ରହ୍ମପୁରାଠାରେ । ସୂଚନା ଅନୁସାରେ, ଘରେ ସବୁବେଳେ ସ୍ୱାମୀ କୃଷ୍ଣଚନ୍ଦ୍ର ବାଗ ଏବଂ ତାଙ୍କ ପତ୍ନୀ ଅଞ୍ଜନା ବାଗଙ୍କ ମଧ୍ୟରେ ଝଗଡା ଲାଗି ରହୁଥିବା ବେଳେ ଆଜି ସକାଳୁ ମାୟାବତୀ ନଦୀକୁ ଅଞ୍ଜନା ଗାଧୋଇ ଯାଇଥିବା ବେଳେ ସ୍ୱାମୀ କୃଷ୍ଣଚନ୍ଦ୍ର ନଦୀ ନିକଟକୁ ପହଂଚି ଥିଲେ ଓ କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବାପରେ ଅଭିଯୁକ୍ତ ସ୍ୱାମୀ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର ମାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାଟଣାଗଡ଼ ପୋଲିସ ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କୁ ତୁରନ୍ତ ଗିରଫ କରି ଥାନାକୁ ଆଣି ପଚରାଉଚୁରା କରୁଛି । ଏନେଇ ପାଟଣାଗଡ଼ ଥାନା କେସ ନଂ ୨/୨୦୨୪ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ପାଟଣାଗଡ଼ ଆଇଆଇସି ଅନନ୍ତ ପଧାନଙ୍କ ପକ୍ଷରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

one + 14 =