pakka

ଓଲଟିଲା ସଙ୍କୀର୍ତ୍ତନ ମଣ୍ଡଳୀ ଗାଡି : ୧ମୃତ, ୧୯ ଗୁରୁତର

bbehera

ସୁନ୍ଦରଗଡ : ସୁନ୍ଦରଗଡ ଭଷ୍ମା ଥାନା କେନାପାଲିଠାରେ ସକୀର୍ତ୍ତନ ମଣ୍ଡଳୀ ଗାଡି ଓଲଟି ପଡ଼ିଥିବା ଖବର ମିଳିଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଅନ୍ୟ ୧୯ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ସୁବଳ ପଟେଲ ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ କେନାପାଲି ଓ କୁର୍ଗା ଗ୍ରାମର ଏକ ସଙ୍କୀର୍ତ୍ତନ ମଣ୍ଡଳୀର ସଦସ୍ୟ ଝାରସୁଗୁଡ଼ା ଜିଲ୍ଲା ତାଲପଟିଆ ଗ୍ରାମକୁ କୀର୍ତ୍ତନ ପାଇଁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ଯୋଗିମାଲ ଗୁଲୁଠାଠାରେ ରାସ୍ତା ଉପରେ ପିକଅପ୍ ଭ୍ୟାନ୍ ଓଲଟି ପଡିଥିଲା । ପ୍ରଥମେ ଗୁରୁତରମାନଙ୍କୁ ମଙ୍ଗସପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଇଥିଲା । ପରେ ଗୁରୁତରଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି ।

jay balangir
Leave A Reply

Your email address will not be published.

sixteen + 3 =