ଗଞ୍ଜାମ ବ୍ଲକର ସମସ୍ତ ସାମ୍ବାଦିକଙ୍କୁ କଂଗ୍ରେସନେତା ଭାଗିରଥୀ ବେହେରାଙ୍କ ନବବର୍ଷର ଶୁଭେଚ୍ଛା ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକର ସମସ୍ତ ସାମ୍ବାଦିକମାନଙ୍କୁ ନୂତନବର୍ଷ-୨୦୨୪ ଅବସରରେ ଗଞ୍ଜାମ ଟାଉନ୍ ପ୍ରେସ୍ କ୍ଲବ୍‌ରେ ଶୁଭେଛା ଜଣାଇଲେ, ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଅନୁସୂଚିତ ଜାତି ସେଲ୍ ସଂଯୋଜକ ଭାଗିରଥି ବେହେରା ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ବ୍ଲକ କଂଗ୍ରେସ ସଭାପତି ଏନ୍. ଗଣେଶ ରେଡ୍ଡୀ, ବ୍ରହ୍ମପୁର ଲୋକସଭା କ୍ଷେତ୍ର ମିଡ଼ିଆ ସେଲ୍ ସଂଯୋଜକ ମହେଶ କୁମାର ଗୌଡ ଓ ପୂର୍ବତନ ସରପଞ୍ଚ ଟି. କ୍ରୀଷ୍ଣା ରେଡ୍ଡୀ ପ୍ରମୁଖ ପ୍ରତିନିଧିମଣ୍ଡଳୀଙ୍କ ସହ ଗଞ୍ଜାମ ସହର ପ୍ରେସ୍‌ କ୍ଲବ୍‌କୁ ଆସି ଗଞ୍ଜାମ ବ୍ଲକର ସମସ୍ତ ମିଡ଼ିଆ ସଦସ୍ୟଙ୍କୁ ଭାଗିରଥୀ ବାବୁ ପୁଷ୍ପ-ଗୁଚ୍ଛ ଦେଇ ନବବର୍ଷର ଅଭିନନ୍ଦନ ଜଣାଇ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

19 + 11 =