କମିଲା ଶୀତ, ବଢିଲା କୁହୁଡ଼ି

ଭୁବନେଶ୍ୱର : ରାଜ୍ୟରେ କମିଛି ଥଣ୍ଡା, ହେଲେ ବଢିଛି କୁହୁଡ଼ି । ୬ ତାରିଖ ଯାଏଁ ଲାଗିରହିବ କୁହୁଡ଼ି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ିର ଅଧିକ ପ୍ରଭାବ ରହିବ । ତେବେ ଗାଡ଼ି ଚଳାଚଳ ବେଳେ ଘନକୁହୁଡି ନେଇ ସତର୍କ ରହିବାକୁ ଆଲର୍ଟ କରିଛି ପାଣିପାଗ ବିଭାଗ । ସେହିପରି ବୁଧବାର ସକାଳୁ ରାଜଧାନୀରେ କୁହୁଡ଼ି ଦେଖିବାକୁ ମିଳିଛି । କେବଳ ରାଜଧାନୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହୋଇଛି । କିଛି ସ୍ଥାନରେ କମ୍ ଭିଜିବିଲିଟି ଯୋଗୁଁ ଗାଡ଼ିମଟର ଚଳାଚଳରେ ବାଧା ଉପୁଜିଛି । ଲୋକେ ଗାଡ଼ିରେ ଲାଇଟ୍ ଲଗାଇ ଯିବା ଆସିବା କରୁଛନ୍ତି । ଶୀତରୁ ରକ୍ଷା ପାଇବାକୁ ଲୋକେ ନିଆଁ ଜାଳି ମେଳି ବାନ୍ଧୁଛନ୍ତି ।

Leave A Reply

Your email address will not be published.