lika

ବଲାଙ୍ଗିର ବିଜେପି ଦଳ ପକ୍ଷରୁ “ବୀର ବାଲ ଦିବସ” ପାଳିତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଗୁରୁଦ୍ୱାର ପରିସର ମଧ୍ୟରେ ବଲାଙ୍ଗିର ବିଜେପିର ବରିଷ୍ଠ ନେତା ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ “ବୀର ବାଲ ଦିବସ” ପାଳିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଶିଖ ସମ୍ପ୍ରଦାୟର ପରାକ୍ରମର ପ୍ରତୀକ ଏବଂ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ଛୋଟ ବାଳକ ସାହିବଜାଦା ବାବା ଜୋରାବର ସିଂ ଜୀ ଏବଂ ବାବା ଫତେହ ସିଂ ଜୀ, ମୋଗଲ ସମ୍ରାଟ ଔରଙ୍ଗଜେବ ଆଦେଶକୁ ଅମାନ୍ୟ କରି ଧର୍ମ ପରିବର୍ତ୍ତନ ବଦଳରେ ମୃତ୍ୟୁଦଣ୍ଡକୁ ସ୍ୱୀକାର କରି ଏହି ଦେଶକୁ ଗୌରବାନ୍ୱିତ କରି ଯାଇଛନ୍ତି । ତାଙ୍କ ସ୍ମୃତିରେ ପ୍ରତି ବର୍ଷ ଡିସେମ୍ବର ୨୬ରେ “ବୀର ବାଲ ଦିବସ” ଦେଶବ୍ୟାପୀ ପାଳନ କରିବା ପାଇଁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଗୁରୁ ଗୋବିନ୍ଦ ସିଂଙ୍କ ପ୍ରକାଶ ପର୍ବ ଅବସରରେରେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଖ ସମ୍ପ୍ରଦାୟର ଗୁରୁଦ୍ୱାରା ସିଂ ସଭା କମିଟି, ବଲାଙ୍ଗିରର ସଭାପତି ସର୍ଦ୍ଦାର ସୁରିନ୍ଦର ସିଂ, ସଂପାଦକ ସରଦାର ସିମ୍ରଞ୍ଜିତ ସିଂ ହଂସପାଲ, ଉପସଭାପତି ସର୍ଦ୍ଦାର ବଲବୀର ସିଂ, ସର୍ଦ୍ଦାର କମଲଜିତ ସିଂ, ସର୍ଦ୍ଦାର ଚିମନ ସିଂ, ସର୍ଦ୍ଦାର କୁଳଦୀପ ସିଂ, ସର୍ଦ୍ଦାର ଯଶବୀର ସିଂ(ବିଲ୍ଲୁ), ଶ୍ରୀମତୀ କବଂରଜିତ କାଉର, ଲୋଇସିଂହା ବିଜେପିର ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର, ବଲାଙ୍ଗିର ସାଂସଦ ପ୍ରତିନିଧି ଦିନେଶ ଶର୍ମା, ପିତାମ୍ବର ଖମାରୀ, ଡ଼ ଶଶୀଭୂଷଣ ସାହୁ ପଙ୍କଜିନି ପଣ୍ଡା, ରଞ୍ଜିତା ପାଣିଗ୍ରାହୀ, ବନଶ୍ରୀ ଆଚାର୍ଯ୍ୟ, ଅନୁସୋୟା ବେଜ, ଅମରଜିତ ପଟେଲ, ପ୍ରମୋଦ ସାହୁ ଏବଂ ଶିଖ ସମ୍ପ୍ରଦାୟର ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ ।

babaa
Leave A Reply

Your email address will not be published.