କାମରେ ଆସୁନି ସିସିଟିଭି କ୍ୟାମେରା ମିଳିପାରୁନି ଅଧିକାଂଶ ଘଟଣାର ଫୁଟେଜ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲଠାରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଉଦ୍‌ବେଗର କଥା ହେଉଛି ଯେ, ଖପ୍ରାଖୋଲରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ତଥା ଅପରାଧ ନିୟନ୍ତ୍ରଣ ପାଇଁ ଲାଗିଥିବା ୮ଟି ସିସିଟିଭି କ୍ୟାମେରା ତିନି ମାସରୁ ଅଧିକ ହେଲାଣି କାମ କରୁ ନଥିବା ଅଭିଯୋଗ ହେଉଛି । ଖପ୍ରାଖୋଲ ପଂଚାୟତ ବିଭାଗ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛି । କିନ୍ତୁ କେଉିଁ ଭଳି ଭାବରେ ରକ୍ଷଣାବେକ୍ଷଣ ହେଉଛି ତାହା ଜଳଜଳ ହୋଇ ଦେଖାଯାଉଛି । ଏଥିପାଇଁ ଅଧିକାଂଶ ଘଟଣାର ଭିଡିଓ ଫୁଟେଜ୍‌ ମିଳିପାରୁ ନାହିଁ । ଗ୍ରାମର ସୁରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ସିସିଟିଭି କ୍ୟାମେରା ଖଞ୍ଜାଯାଇଥିଲେ ସୁଦ୍ଧା କୌଣସି କାମରେ ଆସୁନି । ପଂଚାୟତ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କ୍ୟାମେରା ଲଗାଯାଇଥିଲା । ହେଲେ ଏହା ଲାଗିବାର କିଛି ମାସ ପରଠାରୁ ଅଚଳ ହୋଇଥିଲେ ମଧ୍ୟ ମରାମତି ହୋଇପାରୁନାହିଁ । ଲକ୍ଷାଧିକ ଟଙ୍କା ବ୍ୟୟରେ ଲଗାଯାଇଥିବା ସିସିଟିଭି କ୍ୟାମେରାର ଅବସ୍ଥା ଧୀରେ ଧୀରେ ଅଚଳ ହେବାରେ ଲାଗିଲାଣି । ଏହାକୁ ପୁନଃ ମରାମତି କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.