csstore

ଏସ୍ଏଚ୍‌ଜି ମହିଳାମାନଙ୍କ ସିଲେଇ ଓ ଫିନାଇଲ ଶିକ୍ଷା ତାଲିମ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ (ଇଣ୍ଡିଆ) ପକ୍ଷରୁ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଏସ୍ଏଚ୍‌ଜି ମହିଳାମାନଙ୍କ ସିଲେଇ ଓ ଫିନାଇଲ ଶିକ୍ଷା ତାଲିମ ପୋଡାପଦର ଗ୍ରାମ ପଞ୍ଚାୟତର ହୁମର ଗ୍ରାମରେ ଏବଂ କୁମାରବେଗ ପଲ୍ଲୀଠାରେ ପେପର ପ୍ଲେଟ, ଖଲିପ୍ଲେଟ ଆଦିର ତାଲିମ ଉଦ୍‌ଘାଟିତ ହୋଇଯାଇଛି । ଆଇଆର୍‌ଇଏଲ୍ (ଇଣ୍ଡିଆ) ପକ୍ଷରୁ ସିଏସ୍ଆର୍‌ ମ୍ୟାନେଜର ଦୀପକ ମିଶ୍ର ଯୋଗଦେଇ ଶୁକ୍ରବାର ଏହାକୁ ଆନୁଷ୍ଠାନିକ ଭାବେ ଏସ୍‌ଡ଼ିଟି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଛନ୍ତି । ଏହି ତାଲିମ ଶିକ୍ଷାରେ ଏଠାକାର ସର୍ଵମୋଟ ୩୦ଜଣ ଏସ୍ଏଚ୍‌ଜି ମହିଳାମାନଙ୍କୁ ଟ୍ରେନିଂ ଦିଆଯାଉଛି । ଟ୍ରେନିଂ ପରେ ସେମାନଙ୍କୁ ରୋଜଗାରକ୍ଷମ କରାଇବାରେ କମ୍ପାନୀ ସକ୍ରିୟ ସହାୟତା କରିବ । ପ୍ରତିବର୍ଷ ଏହି ତାଲିମ ଶିକ୍ଷା ପ୍ରାୟତଃ ସାତଦିନ ଧରି ଟ୍ରେନିଂ ଦିଆଯାଇଥାଏ । ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରାଯାଇ ଆସୁଅଛି ବୋଲି କୁହାଯାଏ । ସୂଚନାଯୋଗ୍ୟ ଯେ ଆଇଆରଇଏଲ୍ (ଇଣ୍ଡିଆ) ପକ୍ଷରୁ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଏସ୍ଏଚ୍‌ଜି ମହିଳାମାନଙ୍କୁ ରୋଜଗାର କ୍ଷମ କରାଇବା ପାଇଁ ପ୍ରୟାସ ଜାରି ରଖି ସମାଜରେ ଏସ୍ଏଚ୍‌ଜି ମହିଳାମାନଙ୍କୁ ସଶକ୍ତିକରଣ କରିବା ଏକ ନିଆରା ପରମ୍ପରା ଆଇଆର୍‌ଇଏଲ୍ (ଇଣ୍ଡିଆ) ପକ୍ଷରୁ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ନେଇ ଆସୁଛନ୍ତି ।

jayashree
Leave A Reply

Your email address will not be published.