oom

ମରାସୁର ବଧ ସହ ୪୨ତମ ଭାଲୁମୁଣ୍ଡା କୁମାର ଲୋକ ମହୋତ୍ସବ ଉଦ୍‌ଯାପିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ରାଇଜିଙ୍ଗ ଷ୍ଟାର ୟଙ୍ଗମାସ କ୍ଲବ ତରଫରୁ ଚାଲିଥିବା ୪୨ତମ ଭାଲୁମୁଣ୍ଡା କୁମାର ଲୋକ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ନାଟ୍ୟାଭିନୟ ହୋଇଥିଲା । ଏହି ରଙ୍ଗମଂଚରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣୁଥିବା ନେଇ ଆୟୋଜକ କମିଟି ପ୍ରୟାସ କରିଛି । କୁମାର ଲୋକ ମହୋତ୍ସବ ଉପଲକ୍ଷେ ଚବିଶ ପ୍ରହରୀ ନାମଯଜ୍ଞ, ଅପେରା, ମିନାବଜାର ଲାଗିଥିବାରୁ ଅଂଚଳର ହଜାର ହଜାର ଦର୍ଶକମାନେ ଆସି ଏଠାରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ଯାତ୍ରା ଗତ ଆଠ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଯାତ୍ରାରେ ଆକାଶ ଦୋଳି, ଡ୍ରାଗନ, ଶିଶୁ ଟ୍ରେନ, ଭଳିକି ଭଳି ଜିନିଷ ରହିଥିଲା । ଏହି ନାମଯଜ୍ଞରେ ଅଞ୍ଚଳର ୮ ଗୋଟି ସଂକୀର୍ତ୍ତନ୍ୟ ଦଳ ସାମିଲ ହୋଇ ପ୍ରଭୁନାମ ଗାନ କରିଥିଲେ । ନାମଯଜ୍ଞରେ କର୍ତାଭାବରେ ବଣକୁ ମେହେର ଓ ତାଙ୍କ ଧର୍ମ ପତ୍ନୀ ତ୍ରିବେଣୀ ମେହେର ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ଭାବେ ଭାଲୁମୁଣ୍ଡାର ଦାମୋଦର ମିଶ୍ର ଓ ତାଙ୍କ ସାଥି ଦାୟିତ୍ୱ ନିର୍ବାହ କରିଥିଲେ । ରାଇଜଙ୍ଗ ଷ୍ଟାର ୟଙ୍ଗମାସ କ୍ଲବର ସଭାପତି ରଘୁନାଥ ମେହେର, ସଂପାଦକ ଝସକେତନ ମେହେର, ଡମ୍ବରୁଧର ମେହେର, ତୁଲା ମେହେର, ପ୍ରଦୀପ ମେହେର, ଘନ ମେହେର, ମନ ମେହେର, ମଂଝେସ ମେହେର, ମିଳନ ସଗରିଆ ତଥା ଆୟୋଜକ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଯାତ୍ରାକୁ ପୋଲିସ ପ୍ରଶାସନ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଅଞ୍ଚଳବାସୀ ଏହି କୁମାର ଲୋକ ଉତ୍ସବକୁ ଉତ୍ସାହର ସହ ଅପେକ୍ଷା କରି ଚାହିଁ ରହିଥାନ୍ତି । ପ୍ରତ୍ୟେହ ସନ୍ଧ୍ୟା ହେଲେ ହଜାର ହଜାର ସଂଖ୍ୟାରେରେ ଭକ୍ତ ଓ ଦର୍ଶକଙ୍କ ପ୍ରବଳ ଭିଡ ହୋଇଥିଲା ।

jittmm
Leave A Reply

Your email address will not be published.