ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆ ଯାଇଥିବା ଧର୍ମଘଟକୁ ସମର୍ଥନ ଜଣାଇ ବଲାଙ୍ଗିର ମଣ୍ଡଳ ଟିଟିଲାଗଡ ମୁଖ୍ୟ ଡାକଘର ଶାଖା ଅଧିନରେ ଥିବା ୨୧ ଟି ଗ୍ରାମୀଣ ଡାକ ସେବକ ମାନେ ଉପସ୍ଥିତ ରହି ଟିଟିଲାଗଡ ମୁଖ୍ୟ ଡାକଘର ସମ୍ମୁଖରେ ୭ ଟି ଦାବି ନେଇ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣାରେ ବସିଛନ୍ତି । ସେଗୁଡିକ ହେଲା କମଲେସ ଚନ୍ଦ୍ର କମିଟି ରିପୋର୍ଟକୁ ସରକାର ସମ୍ପୂର୍ଣ୍ଣ ରୁପେ ଗ୍ରହଣ କରିବାକୁ ଦାବି, ଚାକିରୀର ୧୨,୨୪,୩୬ ବର୍ଷ ଆର୍ଥିକ ପଦୋନ୍ନତି, ଗ୍ରାଚୁଟି ୫ ଲକ୍ଷ, ଗ୍ରୁପ୍ ଇଁଶ୍ୟୁରାଂସ୍ ୫ ଲକ୍ଷ, ୧୮୦ ଦିନ ଛୁଟି ଜମା, ସମାନ କାମକୁ ସମାନ ଦରମା, ସେବକମାନଙ୍କ ଅବସର କାଳୀନରେ ପେନସନ ପ୍ରଦାନ ଭଳି ଦାବି କରିଛନ୍ତି । ଏହି ଧର୍ମଘଟକୁ ରବି ଚନ୍ଦ୍ର ରଣା, ରାମ ଗୋପାଳ ବେହେରା, ନନ୍ଦ କୁମାର ବେହେରାଙ୍କ ନେତୃତ୍ୱରେ ଦିଆଯାଇଥିବା ବେଳେ ଆଜିର ଧର୍ମଘଟ ସରକାର ନ ମାନିଲା ଯାଏଁ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ଧର୍ମଘଟକୁ ଟ୍ରେଡ ୟୁନିଅନ ନେତା ତଥା ପୁର୍ବତନ ସଭାପତି ରମେଶ ଚନ୍ଦ୍ର ସାହୁ ସମର୍ଥନ ଜଣାଇଛନ୍ତି । ଏହି ଧର୍ମଘଟରେ ଗ୍ରାମୀଣ ଡାକ ସେବକ ଅନନ୍ୟା ଝାଙ୍କର, ଜି ଇନ୍ଦୁ, ବୈଷ୍ଣବ ମାଝି, ରଚନା ମିଶ୍ର, ସିଦ୍ଧିଶ୍ରି ପ୍ରଧାନ, ବୈଦେହି ଜାଲ, ଅର୍ଜୁନ ବାଗ, ବିଶ୍ୱଜିତ୍ ମାଝି , ଦୋ ଳମନି ମହାଲିକ, ବିଶ୍ଵାମିତ୍ର ଛତର, ଯୁଗଳ ଛତର, ସମ୍ଭୁ ବଗର୍ତ୍ତି, ନବ କିଶୋର ହାତୀ, ଗିରିଧାରୀ ନାଗ, ମୂରଲୀ ବଗର୍ତ୍ତି, ରମନ ସିଂହ ଭୋଇ, ଭୂଜାରାଜ ସାହୁ, କେତନ କୁମାର ବିଶି, ଚିନ୍ତା ଭୋଇ ଏବଂ ଅନ୍ୟାନ୍ୟ ଡାକ ସେବକ ଯୋଗ ଦେଇଥିଲେ ।