ଟିଟିଲାଗଡ଼ର ମଦ ବ୍ୟବସାୟୀ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ମଦ ବ୍ୟବସାୟୀ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି । ଆୟ ଫାଙ୍କୁଥିବା ଅଭିଯୋଗରେ ଭୁବନେଶ୍ୱର ଆୟକର ବିଭାଗର ଏକ ୩୦ ଜଣିଆ ଟିମ୍ ଆସି ଟିଟିଲାଗଡ଼ ସ୍ଥିତ ନେହେରୁ ନଗରରେ ଥିବା ତାଙ୍କ ବାସଭବନରେ ଚଢାଉ କରିଛି ହେଲେ ଏ ପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରି ନାହିଁ । କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି । ରାଜ୍ୟର ୮୪ଟି ସ୍ଥାନରେ ଅବକାରୀ ବିଭାଗର ଅଧିନରେ ଥିବା ବିଭିନ୍ନ ମଦ ବ୍ୟବସାୟୀଙ୍କ ଘରେ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢଉ ଜାରି ରହିଥିବା ସୂଚନା ମିଳିଛି । ବିଭାଗୀୟ ଅଧିକାରୀଙ୍କ ଏତେବେଳ ଯାଏଁ ପ୍ରତିକ୍ରିୟା ମିଳି ପାରି ନାହିଁ ।

Leave A Reply

Your email address will not be published.