ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ‘ସ୍ୱାସ୍ଥ୍ୟ ପାଇଁ ଯୋଗ’ ସମାରୋହ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁରର ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଚାଲିଛି କ୍ରୀଡ଼ା, ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ମହାପର୍ବ ୨୦୨୩ ନାମରେ ନାମିତ କରାଯାଇଥିବା ଏହି ଉତ୍ସବର ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପର ଅଂଶ ସ୍‌ସ୍ୱରୂପ ୨.୧୨.୨୩ ସକାଳ ୯ଟାରେ ‘ସ୍ୱାସ୍ଥ୍ୟ ପାଇଁ ଯୋଗ’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସିଦ୍ଧାର୍ଥ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ନିରଂଜନ ପାଣ୍ଡିଆ ପ୍ରମୁଖ ପ୍ରଶିକ୍ଷକ ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ । ସାମାଜିକ କାର୍ଯ୍ୟକଳାପର ତତ୍ତ୍ୱାବଧାରକ ପ୍ରାଧ୍ୟାପକ ଶ୍ରୀମତୀ ସୌମିତ୍ରି ପଧାନଙ୍କ ତତ୍ତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା । ଅତିଥି ଭାବରେ କ୍ରୀଡ଼ା ବିଭାଗର ତତ୍ତ୍ୱାବଧାରକ ଅଧ୍ୟାପକ ପ୍ରଫୁଲ୍ଲ ପାତ୍ର, କ୍ରୀଡ଼ା ଶିକ୍ଷକ ଗୋବିନ୍ଦ ପଧାନ ଉପସ୍ଥିତ ଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ନୋଡ଼ାଲ୍ ଅଫିସର୍ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର । ଅଧ୍ୟାପକ ଓ ସ୍ଥାନୀୟ ଜନସାଧାରଣ ଏବଂ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଅତି ସୁନ୍ଦର ଏବଂ ଶାନ୍ତି ଶୃଙ୍ଖଳାର ସହିତ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.