csstore

ଜୟ ରାକାମବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନୀ ମ୍ୟାଚ୍‌ରେ ସୁଲେକେଲା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗାଁର ପୋଡ଼ଖାଇ ଖେଳପଡିଆଠାରେ ରାକାମବୁଢା ଫୁଟବଲ କ୍ଲବ ପକ୍ଷରୁ ୪ତମ ଜୟ ରାକାମ ବୁଢାଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗନ୍ଧରାବନ୍ଧ ସରପଞ୍ଚ ଋଷଭ ପୁଟେଲ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ କପିଲାଭଟା ପଞ୍ଚାୟତ ସରପଞ୍ଚ ନେତ୍ରାନନ୍ଦ ସଗରିଆ, ବଙ୍ଗୋମୁଣ୍ଡା ଚମାର ମେହେର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ହରେକୃଷ୍ଣ ତାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍‌ଘାଟନୀ ମ୍ୟାଚ୍‌ ସୁଲେକେଲା ଓ ଦେବଙ୍ଗ ଦଳ ମଧ୍ୟରେ ଖେଳ ହୋଇଥିବ ବେଳେ ଦେବଙ୍ଗ ଦଳକୁ ପରାସ୍ତ କରି ସୁଲେକେଲା ଦଳ ବିଜୟୀ ହୋଇଥିଲା । ରେଫରି ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନ୍‌ ମ୍ୟାନ୍‌ ଭାବେ ଦୁଷ୍ମନ୍ତ ବେହେରା, ଡିସେମ୍ବର ଭୋଇ ଓ ବୁଲୁ ମାଝୀ ସହଯୋଗ କରିଥିଲେ । ଆୟୋଜକ କମିଟିର ସଭାପତି ଦିବ୍ୟ ସଗରିଆ, ସମ୍ପାଦକ ସୁରେନ୍ଦ୍ର ବଚ୍ଛା, କୋଷାଧ୍ୟକ୍ଷ ଅକ୍ଷ ସଗରିଆ, ରୋହିତ ବଚ୍ଛା, ପୂର୍ଣ୍ଣଚନ୍ଦ୍ର ସଗରିଆ, ଅକୃର ସଗରିଆ, ଡୁଲେ ତାଣ୍ଡି, ଭିକାରୀ ହଂସ, ଖୁସି ସଗରିଆ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.