csstore

ହରିଶଙ୍କରରେ ଛାତ୍ରଛାତ୍ରୀଙ୍କ ସଫେଇ କାର୍ଯ୍ୟକ୍ରମ : ପର୍ଯ୍ୟଟନ କେନ୍ଦ୍ରକୁ ସ୍ୱଚ୍ଛ ଓ ନିର୍ମଳ ରଖିବାକୁ ଆହ୍ୱାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କରଠାରେ ଖପ୍ରାଖୋଲ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ସମୂହ ସଫେଇ କାର୍ଯ୍ୟକ୍ରମ ସହିତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ପର୍ଯ୍ୟଟନ କେନ୍ଦ୍ରକୁ ସ୍ୱଚ୍ଛ ଓ ନିର୍ମଳ ରଖିବାକୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଦାଶଙ୍କ ତତ୍ତ୍ୱାବଧାନରେ ଏକ ଶୋଭାଯାତ୍ରା ବାହାରି ହରିଶଙ୍କର ଅଂଚଳ ପରିକ୍ରମା କରିଥିଲା । ଗଛ ଲଗାଅ ପ୍ରକୃତି ବଂଚାଅ, ଗାନ୍ଧୀଙ୍କ ସ୍ୱପ୍ନ ସ୍ୱଚ୍ଛ ଭାରତକୁ ସାକାର କରିବା, ପଲିଥିନ୍‌ ବ୍ୟବହାର ନିଷିଦ୍ଧ କରିବା, ପାଇଖାନା ବ୍ୟବହାର କରିବା ଆଦି ବିଭିନ୍ନ ସ୍ଲୋଗାନ୍‌ ଦେଇ ଛାତ୍ରଛାତ୍ରୀମାନେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଛାତ୍ରଛାତ୍ରୀମାନେ ହାତରେ ଫାଉଡା, କୋଡି, ଝାଡୁ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଡିଓ ଆକାଶ ରଞ୍ଜନ ସାହୁ, ନାନ୍ଦୁପଲା ସରପଂଚ ନିଳେନ୍ଦ୍ରୀ ମାଝୀ, ବ୍ଲକ ଯୋଗାଣ ନିରୀକ୍ଷକ ବିକାଶ ବାର୍ଲା, ନାନ୍ଦୁପଲା ଜେଇ ସୂର୍ଯ୍ୟଭାନୁ ମେହେର, ନୋଡାଲ ଅଫିସର ପ୍ରଶାନ୍ତ ତ୍ରିପାଠୀ, ଅଧ୍ୟାପିକା ମଧୁସ୍ମିତା ସାହୁ, ଅଧ୍ୟାପିକା ମିନା ସାହୁ, ଡିଇଓ ନନ୍ଦକିଶୋର ବାଗ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଛାତ୍ରଛାତ୍ରୀମାନେ ମନ୍ଦିର ନିକଟସ୍ଥ ଝରଣା କୂଳ, ଜଳଭଣ୍ଡାର ସମେତ ମନ୍ଦିର ପାଶ୍ୱର୍ବର୍ତ୍ତୀ ଅଂଚଳକୁ ସଫା କରିଥିଲେ । ନାନ୍ଦୁପଲା ପିଇଓ ଖିରାଧର ବରିହା, ଖପ୍ରାଖୋଲ ପିଇଓ ମନୋଜ କୁମାର ସାହୁ, ଜିଆର୍‌ଏସ୍‌ ସଦାନନ୍ଦ ମାଝୀ, ଯୋଗାଣ ସହାୟକ ଅନଙ୍ଗ ବିଶ୍ୱାଳ, ମନ୍ଦିର ମ୍ୟାନେଜର ଗୁପ୍ତେଶ୍ୱର କୂଅଁରଙ୍କ ସହିତ ବିଦ୍ୟାଳୟ କର୍ମଚାରୀ ଗୁଣମଣି ସାହୁ, ଅର୍ଜୁନ ହାତୀ, ଗୌରୀ ହଂସ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.