ଦେଓଗାଁ ବ୍ଲକ ସ୍ତରୀୟ କଂଗ୍ରେସ ସମ୍ମିଳନୀ : ବିଧାୟକ କରିବେ ବ୍ଲକ ସଭାପତି ଚୟନ, କର୍ମୀ ଦେଲେ ପ୍ରସ୍ତାବ

ଦେଓଗାଁ, (ମନିଷ କୁମାର ସାହୁ) : ଶନିବାର ୧୧ଟା ସମୟରେ ଦେଓଗାଁ ଡାକ ବଙ୍ଗଳା ପରିସରରେ ଦେଓଗାଁ ବ୍ଳକ କଂଗ୍ରେସ କମିଟିର ସଭାପତି ଯୁଗେଶ୍ୱର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ଦଳର ବଲାଙ୍ଗିର ପର୍ଯ୍ୟବେକ୍ଷକ ସତ୍ୟଭୂଷଣ ସାହୁ ଯୋଗ ଦେଇଥିବା ବେଳେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସମରେନ୍ଦ୍ର ମିଶ୍ର, ବିଧାୟକଙ୍କ ବ୍ଳକ ପ୍ରତିନିଧୀ କାନ୍ତେଶ୍ୱର ପଧାନ, ଜୋନ ସଭାପତି ରାମଜୀ ଚୌଧୁରୀ, ବଲାଙ୍ଗୀର ଜିଳ୍ଳା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ବୈଠକରେ ବ୍ଲକ କଂଗ୍ରେସ କମିଟିର ପୁନଃର୍ଗଠନ ଓ ସଂଗଠନ ଉପରେ ଆଲୋଚନା ହୋଇଥିଲା । ବଲାଙ୍ଗୀର ଜିଲ୍ଲା ସେବାଦଳ ମୁଖ୍ୟ ଅସିତ ମିଶ୍ର ଧନ୍ୟବାଦ ଦେଇଥିଲେ । ଏହି ବୈଠକରେ ଦେଓଗାଁ ବ୍ଲକ ସ୍ତରୀୟ କର୍ମକତ୍ତା ଚୟନ କରିବାକୁ ପର୍ଯ୍ୟବେକ୍ଷକ ନିର୍ଦେଶ ଦେବାରୁ କର୍ମୀମାନେ ବିଧାୟକ ଚୟନ କରିବେ ବୋଲି ପ୍ରସ୍ତାବ ଦେଇଥିଲେ ।

Leave A Reply

Your email address will not be published.