ppurohit

ଡୁମେରତଲିଏନ ମନ୍ଦିର ଉନ୍ନତିକରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

2nd

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲ ସ୍ଥିତ ଡୁମେରତଲିଏନ୍‌ ମନ୍ଦିରର ଉନ୍ନତିକରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ଗୁଡିକର ଉନ୍ନତି କରଣ ନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବରେ ପଦକ୍ଷେପ ନେବା ସହିତ କାର୍ଯ୍ୟଗୁଡିକ ତ୍ୱରାନିତ କରିବା ପାଇଁ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ସ୍ଥିତ ମା’ ଡ଼ୁମେରତଲିଏନ ଗ୍ରାମଦେବୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ସରକାରଙ୍କ “ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା” ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ମଙ୍ଗଳବାର ଦିନ ଏହି ମନ୍ଦିରର ଉନ୍ନତି ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ଯୋଗଦାନ କରି ମନ୍ଦିର ନିର୍ମାଣ ପାଇଁ ଗ୍ରାମ ଦେବୀ ମା’ ଡୁମେରତଲିଏନ୍‌ଠାରେ ପୂଜା ଅର୍ଚ୍ଚନା କରି ଭଲ ଭାବେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ପ୍ରାର୍ଥନା କରି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ଡୁମେତଲିଏନ୍‌ ଯୁବକ ସଂଘ କମିଟି ତରଫରୁ ବୁଲୁ ପଣ୍ଡା, ଦିଲୀପ ଗଡତ୍ୟା, ବାଳଗୋପାଳ ଦାସ, ସୁଶୀଲ ପଧାନ, ପୁରନ ସାହୁ, ଅଶୋକ କୁମାର ବାଗ, ବାଦଲ ଦଣ୍ଡସେନା, ତେଜରାଜ ଦଣ୍ଡସେନାଙ୍କ ସମେତ ମନ୍ଦିର ପୁଝାରୀ ଯୁକ୍ତେଶ୍ଵର ବରିହା, ମନ୍ଦିର ନିର୍ମାଣ କରୁଥିବା ରାଜମିସ୍ତ୍ରୀ ଅର୍ଜୁନ ଝିନ୍ଦ୍ରା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।

Leave A Reply

Your email address will not be published.