ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ କାର୍ଯ୍ୟକ୍ରମ

  • ଶ୍ରୀମତୀ ସରିତା ପ୍ରଧାନ ହେଲେ ‘ଗରିମା ଶ୍ରେଷ୍ଠ ଓଡ଼ିଆଣୀ’

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଚର୍ଚ୍ଚିତ ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ଶ୍ରେଷ୍ଠ ଓଡ଼ିଆଣୀ କାର୍ଯ୍ୟକ୍ରମ ରାଉରକେଲା କ୍ଲବଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଅଧ୍ୟକ୍ଷା ନିହାରିକା ବସ୍ତିଆଙ୍କ ଅଧ୍ୟକ୍ଷତା ଓ ଅନୁଷ୍ଠାନର ସଭାପତି ମମତା ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିନେ ଅଭିନେତ୍ରୀ ନମ୍ରତା ଦାସ (ଡଲି ଅପା) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ ଓଡ଼ିଆଣୀର ଶ୍ରେଷ୍ଠ ୭ ଜଣଙ୍କ ମଧ୍ୟରୁ ବିଜୟିନୀ ସରିତା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେ ଏହି ଅବସରରେ ଅନୁଷ୍ଠାନର ଏଭଳି ନିଆରା କାର୍ଯ୍ୟକ୍ରମକୁ ଅନନ୍ୟ ଓ ସ୍ବତନ୍ତ୍ର କହିବା ସହ ସଂସ୍କୃତିକୁ ବଞ୍ଚାଇବା ପାଇଁ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ୪/୫ ତାରିଖ ଦିନ ରାଉରକେଲା କ୍ଲବ ଠାରେ ପ୍ରାୟ ୨୦୦ପ୍ରତିଯୋଗୀ ବୁଦ୍ଧିମତ୍ତା, ବେଶ ପଷାକ ପ୍ରଶ୍ନୋତ୍ତରୀ, ପର୍ବପର୍ବାଣୀ, ପୂଜା ପଦ୍ଧତି, ରଙ୍ଗୋଲି, ଓଡ଼ିଆ ଖାଦ୍ୟ, ତୁଳସୀ ଓ ଫୁଲମାଳ ପ୍ରସ୍ତୁତି ସହ ଓଡ଼ିଆଣୀଙ୍କ ବେଶ ପୋଷାକରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଅନ୍ତର୍ଯ୍ୟାମୀ ପଣ୍ଡା ଓରଫ ପିଣ୍ଟୁ ନନା, ଡ଼ଃ କଲ୍ୟାଣୀ ମିଶ୍ର, କେତକୀ ଭଟ୍ଟାଚାର୍ଯ୍ୟ, ସୌଦାମିନୀ ସିଂ, ଦୀପିକା ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କୁ ମୂଲ୍ୟାୟନ କରିଥିଲେ । ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ୭ଜଣ ଓଡ଼ିଆଣୀଙ୍କ ମଧ୍ୟରୁ ସରିତା ପ୍ରଧାନଙ୍କୁ ଶ୍ରେଷ୍ଠ ବିବେଚନା କରାଯାଇ ବିଜୟିନୀ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ସୁନିଲ କାୟଲ, ନରେଶ ଆର୍ଯ୍ୟ, ସନ୍ତୋଷ ଅଗ୍ରୱାଲ, ଅମିତ ଅଗ୍ରୱାଲ, ସୁଶାନ୍ତ ବଳ, ଜିତେନ୍ଦ୍ର ବସ୍ତିଆ, ଅଧ୍ୟାପିକା ମହେଶ୍ବତା ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଗରିମା ସମ୍ମାନରେ ଡାକ୍ତର ସ୍ବୟଂଶୃତି ପଟ୍ଟନାୟକଙ୍କୁ ଗରିମା୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିବାରର ମୁଖ୍ୟ ପୁରୋଧା ଶଙ୍କର ଜେନା, ଉପଦେଷ୍ଟା ରଶ୍ମିତ ସାହାଣୀ ଓ ସହଯୋଗୀ ପ୍ରଣତୀ ଜେନା, ଶର୍ମିଲା ରାଜଗୁରୁ, ରେବତୀ ବାରିକ, ଶଙ୍ଖରିନା ପ୍ରଧାନ, ଶାନ୍ତିଲତା ବାରିକ, ସନ୍ତୋଷୀ ଦାଶ, ମମତା ଦାସ, ମୋନାଲିସା ଗୌଡ଼ଃ, ସୁମିତ୍ରା ଦାଶ, ରଶ୍ମି ମହାନ୍ତି, ସୁନିତା ଶ୍ରୀନିବାସନ, ଲୀନା ତ୍ରିପାଠୀ, ଦେବସ୍ମିତା ଶତପଥୀ, ମୀନାକ୍ଷୀ ପାଢ଼ୀ, ଶୁଭଲକ୍ଷ୍ମୀ ପାତ୍ର, ତପସ୍ୱିନୀ ସ୍ବାଇଁ , ରଶ୍ମିତା ଚୌଧୁରୀ, ସବିତା ମହାପାତ୍ର, ରଶ୍ମି ନାୟକ, ଲୁସି ଦାଶ, ସସ୍ମିତା ମିଶ୍ର, ମୀନତି ମୋଦି, ତପସ୍ୱିନୀ ପାତ୍ର, ସନ୍ତୋଷୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.