
ବରଗଡ, (କେପିଏନ୍ଏସ୍) : ବରଗଡ ଜିଲ୍ଲା ବିଜେପୁର ବ୍ଲକ ମହାଶକ୍ତି ଫାଉଣ୍ଡେସନ ନାବାର୍ଡର ସହାୟତାରେ ଜୈବିକ ଉପାୟରେ ବ୍ୟବସାୟିକ ଭିତ୍ତିକ ପନିପରିବା ଚାଷ ପାଇଁ ଏକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାତଟି ପଂଚାୟତର ୧୭ଟି ସ୍ୱୟଂ ସହୟିକା ଗୋଷ୍ଠୀର ୩୦ଜଣ ମା’ ଯୋଗଦାନ କରିଥିଲେ ଏବଂ ସମସ୍ତ ମା’ ସବୁଜିମା କୃଷକ ଉତ୍ପାଦକ କମ୍ପାନୀର ଜଣେ ଜଣେ ଅଂଶୀଦାର ଅଟନ୍ତି । ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠାନିକ ଭାବେ ଡିଡିଏମ୍ ନାବାର୍ଡ ହଟକିଶୋର ବେହେରା ଏଲ୍ଡିଏମ୍ ବରଗଡ଼ ମହେଶ୍ୱର ସାହୁ, ବ୍ଲକ୍ କୃଷି ଅଧିକାରୀ ବିଜେପୁର ପ୍ରାଣବନ୍ଧୁ ସାହୁ, ୟୁନିୟନ ବ୍ୟାଙ୍କ୍ ମ୍ୟାନେଜର ଲଳିତ ମୁକୁନ୍ଦ କେଣ୍ଡୋ, ମହାଶକ୍ତି ଫାଉଣ୍ଡେସନର ସମ୍ପାଦିକା ସୁଶ୍ରୀ ରୋଜାଲିନ ଭୂୟାଁ ଏବଂ ତାଲିମଦାତା ମିହିର ରଞ୍ଜନ ସାଗରଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା । ତାଲିମର ମୁଖ୍ୟ ଆଭିମୁଖ୍ୟ କିପରି ଜୈବିକ ଉପାୟରେ ପନିପରିବା ଚାଷ କରି ଉଦ୍ୟୋଗ ଭିତ୍ତିରେ ବ୍ୟବସାୟ କରି ଉଭୟ ଆର୍ଥିକ ଏବଂ ଶାରୀରିକ ସୁସ୍ଥତାକୁ ଗୁରୁତ୍ୱ ଦେବା ଯେହେତୁ ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ଜମିର ଉର୍ବରତା ହ୍ରାସ ପାଇବା ସହିତ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେବାକୁ ପଡୁଛି । ତେଣୁ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଚାଷ ପ୍ରଣାଳୀ ପରିବର୍ତ୍ତନ କରି ଉଭୟ ଆର୍ଥିକ ଓ ଶାରୀରିକ ସୁସ୍ଥତାକୁ ଆପଣେଇବାକୁ ପ୍ରୟାସ କରିବା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସବୁଜିମା କୃଷକ ଉତ୍ପାଦକ କମ୍ପାନୀର କର୍ମକର୍ତ୍ତା ସହଯୋଗ କରିଥିଲେ ।