ରାଜ୍ୟ ସରକାରଙ୍କ ଦ୍ୱାରା ପୋଷଣ ମାହା -୨୦୨୩ର ସଫଳ ଆୟୋଜନ ଓ କାର୍ଯ୍ୟକାରିତା ନିମନ୍ତେ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁରକୁ ମିଳିଲା ଦ୍ଵିତୀୟ ପୁରସ୍କାର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନକୁ ଦ୍ଵିତୀୟ ପୁରସ୍କାର ଭାବରେ “ପୋଷଣ ମାହା -୨୦୨୩ର ସଫଳ ଆୟୋଜକ ଏବଂ ରାଜ୍ୟରେ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ହେତୁ ପୁରସ୍କୃତ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସମାଜ ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ନାୟକ ଏବଂ ପୋଷଣ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ସଂଜୀବ କୁମାର ମିଶ୍ର ଏହି ପୁରସ୍କାର ରାଜ୍ୟ ସରକାରଙ୍କ ତରଫରୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଶ୍ରୀମତୀ ଶୋଭା ଶର୍ମାଙ୍କ ଠାରୁ ଗ୍ରହଣ କରିଛନ୍ତି । ପୁରସ୍କାର ପାଇବା ପରେ ଏହି ପୁରସ୍କାର ଶ୍ରେୟ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କୁ ଶ୍ରୀ ନାୟକ ଦେଇଛନ୍ତି । ଏହି ସଫଳତା ପରେ ସୁବର୍ଣ୍ଣପୁର ସମାଜ ମଙ୍ଗଳ ବିଭାଗକୁ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.