ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ୧୮ତାରିଖ ଦିନ ସେକ୍ଟର ୧୫ ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ କରାଯାଇଅଛି ବୋଲି ଆଦର୍ଶ ସାହିତ୍ୟ ଘରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି ମୁଖ୍ୟ ଆୟୋଜକ କାର୍ତ୍ତିକ ରାଉତ କହିଲେ ଯେ, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା, ସମସ୍ତଙ୍କ ମଧ୍ୟରେ ଭାଇଚାରା, ସହାବସ୍ଥାନ ସହ ସୁଖ ଶାନ୍ତିର କାମନା କରି ଏହି ମହାଯଜ୍ଞ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସୁକାନ୍ତ କୁମାର ନାୟକ ଓ ଗାୟତ୍ରୀ ନାୟକ କର୍ତ୍ତା ଭାବେ ଓ ମୁଖ୍ୟ ପୂଜକ ଭାବେ ବିଜୟ କୁମାର ପାଣିଗ୍ରାହୀ ତଥା ସହଯୋଗୀ ଭାବେ ରଶ୍ମି ରଞ୍ଜନ ନନ୍ଦ ଓ ଅନନ୍ତ ଆଚାର୍ଯ୍ୟ ସହଯୋଗୀ ପୂଜକ ଭାବେ ଦାୟିତ୍ଵ ତୁଲାଇବେ । ଉକ୍ତ ଦିନ ସକାଳେ କଳସ ଯାତ୍ରା, ଅଧିବାସ କର୍ମ, ସୂର୍ଯ୍ୟ ପୂଜା, ଗୁରୁ ପୂଜା, ଗୋ ପୂଜା, ଯଜ୍ଞ ଆଦି କାର୍ଯ୍ୟକ୍ରମ କରାଯିବ । ଏହାସହ ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯିବ । ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଆୟୋଜକ କାର୍ତ୍ତିକ ରାଉତ, ସୁମତି ନାୟକ, ବସୁମତି ମହାନ୍ତି, ବିଶ୍ବଜିତା ମହାପାତ୍ର, କାମିନୀ ମହନ୍ତ, ହରେକୃଷ୍ଣ ନାୟକ, ଶୁଭମ୍ ରାଉତ, ସୁଦର୍ଶନ ବାଗ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.