centurian jitm

ସୋନପୁର କୈବର୍ତ୍ତ ସମାଜର ଜୁଗାର ଯାତ୍ରା ଓ ବାର୍ଷିକ ମହୋତ୍ସବ

nschool

ସୋନପୁର, (ସସ୍ମିତା ପ୍ରଧାନ) : ସୋନପୁର କୈବର୍ତ୍ତ ସମାଜର ବାର୍ଷିକ ମହୋତ୍ସବ ଅକ୍ଟୋବର ୨୯ ତାରିଖ ରବିବାର ଦିନ ମାଣିକେଶ୍ଵରୀ ଦେବୀଙ୍କ ପରମ୍ପରା ଅନୁସାରେ କାର୍ତ୍ତିକ ବ୍ରତ ଆରମ୍ଭ ଦିନ ଏହି ଜୁଗାର ଯାତ୍ରା ସଂପନ୍ନ ହୋଇଯାଇଛି । ଏଥିରେ କୈବର୍ତ୍ତ ସମାଜର ଜୁଗାର ଭୋଗ ଅର୍ପଣ କରିଛନ୍ତି । ସ୍ଥାନୀୟ ଟିକିରିପଡା ଯୋଡାଘାଟପଡାଠାରୁ ମା’ଙ୍କ ଜୁଗାର ଯାତ୍ରା ଏକ ବିରାଟ ଶୋଭାଯାତ୍ରାରେ ବାହାରେ ତେନ୍ତୁଳି ଘାଟ, ଗୁଣ୍ଡିଚା ମନ୍ଦିର, ବଡ଼ ବଜାର, ନୂଆପଡ଼ା, ବସଷ୍ଟାଣ୍ଡ ଆଦି ସହର ପରିକ୍ରମା କରିଥିଲା । ଟିକିରିପଡା ଯୋଡ଼ାଘାଟଠାରୁ ଶତାଧିକ ମହିଳାମାନେ ଜୁଗାର ଭୋଗ ସମଗ୍ରୀ ମୁଣ୍ଡାଇ ଶୋଭାଯାତ୍ରାରେ ମା’ ମନ୍ଦିରକୁ ଆସିଥିଲେ । ଏହି ଶୋଭାଯାତ୍ରାରେ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ସୋନପୁର ଶାଖାର ସଭାପତି ପବିତ୍ର ସାହୁ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ନିଖିଳ ଓଡିଶା କୈବର୍ତ୍ତ ମହାସଭାର ସଭାପତି ଡକ୍ଟର ଦେବେନ୍ଦ୍ର ବେହେରା, ସଂପାଦକ ରାମଚନ୍ଦ୍ର ବେହେରା, ଉପଦେଷ୍ଟା ପୂର୍ବତନ ମୁଖ୍ୟଯନ୍ତ୍ରୀ ବ୍ରଜକିଶୋର ପରିଡ଼ା, କୋଷଧ୍ୟକ୍ଷ ପଦ୍ମଚରଣ ବେହେରା, ସୁରେଶଚନ୍ଦ୍ର ବେହେରା, ବିଭୁତି ବେହେରା ସାମିଲ ହୋଇ ସହର ପରିକ୍ରମାରେ କରିଥିଲେ । ମନ୍ଦିର ପ୍ରେବେଶ ଦ୍ୱାରରେ ଜୁଗାର ଭୋଗ ନେଉଥିବା ମହିଳାମାନଙ୍କୁ ସ୍ୱାଗତ ସହିତ କୈବର୍ତ୍ତ ଜାତିର ପୁରୋଧା ତଥା ଜାତି ଭାଇ ଭଉଣୀଙ୍କୁ ସ୍ୱାଗତ କରାଯାଇଥିଲା । ପୂଜାର୍ଚ୍ଚନା ପରେ ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଓ ଭେଟ୍‌ଘାଟ୍‌ ସଭାପତି ପବିତ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉପସ୍ଥିତ ଅତିଥି ତଥା ଜାତି ଭାଇଭଉଣୀମାନଙ୍କୁ ସଭାପତି ସ୍ୱାଗତ କରିବା ସହିତ ଜାତି ଆଗରେ ଆସିଥିବା ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଜାତିର ସ୍ୱାର୍ଥ ପାଇଁ ସବୁପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ରାଜ୍ୟ ସଭାପତି ଡକ୍ଟର ଦେବେନ୍ଦ୍ର ବେହେରା ସୋନପୁରର ଐତିହ, ସଂସ୍କୃତି ସହିତ କୈବର୍ତ୍ତ ଜାତି କିଭଳି ଜଡ଼ିତ ଥିଲା ଏବଂ କୈବର୍ତ୍ତ ଜାତି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ମତ୍ସ୍ୟଜୀବୀମାନଙ୍କ ଉତ୍ଥାନ ପାଇଁ ଯୋଜନାର ସହାୟତା ନେବାକୁ ଆହ୍ୱାନ ଦେଇଥିଲେ । ସଂପାଦକ ରାମଚନ୍ଦ୍ର ବେହେରା ଜାତିର ସ୍ୱାର୍ଥ ପାଇଁ ସଂଗ୍ରାମର ଇତିହାସ ଅବତାରଣା କରିବା ସହିତ ଜାତିର ସ୍ୱାର୍ଥରକ୍ଷା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବରିଷ୍ଠ ଆଇନ ଉପଦେଷ୍ଟା ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂଜିନିୟର ବ୍ରଜ ପରିଡ଼ା ଜାତିର ଉତ୍ଥାନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଯୁବକମାନଙ୍କ ପ୍ରତ୍ୟକ୍ଷ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋନପୁର କୈବର୍ତ୍ତ ସମାଜର ସଂପାଦକ ଗିରିଧାରୀ ତରିୟା, ଶ୍ରୀଧର ମୋତିରାମ ସେଠି ଉପ-ସଭାପତି ଚନ୍ଦ୍ରଦଣ୍ଡସେନା, ବୈଦ୍ୟନାଥ ସାହୁ, କୃଷ୍ଣ ବୁଡେକ, ମାନରଞ୍ଜନ ସେଠି, ସରୋଜ ମହାଳିକ ପ୍ରମୁଖ ନିଜର ମତାମତ ରଖିଥିଲେ । ଏଥିରେ ଅନୁଗୁଳ, ଝାରସୁଗୁଡା, ବଲାଙ୍ଗିର, ବୌଦ୍ଧ, ବରଗଡ଼, ସମ୍ବଲପୁର ଜିଲ୍ଲାର ପ୍ରତିନିଧି ତଥା ସୋନପୁର ଜିଲ୍ଲାର ବିଭିନ୍ନ ସଂଗଠନର କୈବର୍ତ୍ତମାନେ ନିଜ ନିଜର ମତ ରଖିଥିଲେ । ସମସ୍ତ ପ୍ରତିନିଧିମାନଙ୍କୁ ସୋନପୁର କୈବର୍ତ୍ତ ସମାଜ ତରଫରୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସୋନପୁରର ଝିଅ ନିହାରିକା ଝାଙ୍କଡ଼ ଓଏଏସ୍‌ ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାଧାରଣ ସଂପାଦକ ଗିରିଧାରୀ ତରିୟା ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ ସଂପାଦକ ଶ୍ରୀଧର ତରିୟା ମଞ୍ଚ ପରିଚାଳନା କରିଥିଲେ । ଏହି ଭେଟ୍‌ଘାଟ୍‌ରେ ଯୋଗଦେଇଥିବା ପ୍ରାୟ ୪୦୦୦ କୈବର୍ତ୍ତ ଭାଇ ଭଉଣୀମାନେ ଏକତ୍ର ମନ୍ଦିର ପରିସରରେ ପ୍ରସାଦ ସେବନ କରିଥିଲେ ।

Leave A Reply

Your email address will not be published.

error: Content is protected !!