ରାଉରକେଲାର ବିଭିନ୍ନ ସ୍ଥାନରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସାଙ୍ଗଠନିକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ କଂଗ୍ରେସ ତରଫରୁ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଗତକାଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୀ ଶ୍ରୀମନ୍ଦିରର ୪ ଦ୍ବାର ଖୋଲି ବା ବେଦାନ୍ତ କଂପାନିକୁ ଦିଆଯାଇଥିବା ମହାପ୍ରଭୁଙ୍କ ଜମି ଫେରସ୍ତ ଆଣିବା, ରତ୍ନ ଭଣ୍ଡାରର ଚାବି ଖୋଲି ଗଣତି ଓ ମରାମତି କରିବା ଇତ୍ୟାଦି ଦାବୀରେ ସମଗ୍ର ରାଜ୍ୟରେ ଏହି ସଂକୀର୍ତ୍ତିନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । ସେହି କ୍ରମରେ ରାଉରକେଲା ପାନପୋଷ ରୋଡ ଜଗନ୍ନାଥ ମନ୍ଦିର, ଛେଣ୍ତ ହରିହର ମନ୍ଦିର, ସେକ୍ଟର-୨ ଆଖଣ୍ଡଳମଣି ମନ୍ଦିର, ସେକ୍ଟର-୧୯ ମୁଣ୍ଡା ମାର୍କେଟ, ତୁମକେଲା ଜଗନ୍ନାଥ ମନ୍ଦିରଠାରେ ଏହି ସଂକୀର୍ତ୍ତିନ ସତ୍ୟାଗ୍ରହ ବ୍ଲକ ସଭାପତି ମାତା ପ୍ରସାଦ ଜୟସ୍ବାଲ, ବିଜୟ ଆପଟ, ରଘୁନାଥ ଦାସ, ଦୁଶା ନାୟକ ଓ ସୁନିଲ୍ ପଟ୍ଟନାୟକଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିଲା । ଏହି ସବୁ କାର୍ୟ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀ, ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ପିସିସି ସାଧାରଣ ସଂପାଦକ ବିରେନ ସେନାପତି, ପୂର୍ବତନ ସଭାପତି ତଥା ପିସିସି ସଭ୍ୟ ରବି ରାୟ, ପିସିସି ସଭ୍ୟ ରାମାନନ୍ଦ ଶ୍ରୀ ଚନ୍ଦନ, ପ୍ରଫୁଲ ସୁନାନି, ସବୀର ହୁସେନ, ରଶ୍ମି ରଂଜନ ପାଢି, ସନ୍ତୋଷ ବିଶ୍ବାଳ, ଓବିସି ରାଷ୍ଟ୍ରୀୟ ସହସଂଯୋଜକ କୈଳାଶ ସାହୁ, ଏଲ୍‌ଡିଏମ୍‌ ସଂଯୋଜକ ମାନସ ମଲ୍ଲିକ, ଉପସଭାପତି କିର୍ତନ ଦାସ, ସାଧାରଣ ସଂପାଦକ ଏମଡି ନଜମୁଦିନ ଓ ସରୋଜ ଲେଙ୍କା ଓ ସରସ୍ବତୀ ଭୂମିଜ, ମୁଖ୍ୟ ମୁଖପାତ୍ର ଗିରିଜା ଶଂକର ମିଶ୍ର, ମହିଳା ସଭାନେତ୍ରୀ ନିରୂପମା ବଳିୟାର ସିଂହ, ଜିଲ୍ଲା କଂଗ୍ରେସର ଜିତେନ୍ଦ୍ର ଦାସ, ଦିଲିପ ଜେନା, ରୁକସାନା ବେଗମ, ସୋସିଆଲ୍ ମିଡିଆର ସୁଧିର ନାଥ, ଜ୍ଞାନେନ୍ଦ୍ର ଦାସ, ବିଜୟ ସାହୁ, ସେବା ଦଳର ବୁଲୁ ଦାସ, ପ୍ରତାପ ସାହୁ, ମୀନା ମିଶ୍ର, ବନଲତା ବେହେରା, କବିତା ବିଶ୍ବାଳ, ପଦ୍ମିନୀ ଲୋହାର, ଇମତିଆଜ ଖାନ, ଏମ୍‌ଡି ଗୁଲାମ, ପ୍ରଶାନ୍ତ ରାୟ, ସୁଶାନ୍ତ ଖୁଣ୍ଟିଆ, ବିଲୁ ସିଂ, ଶ୍ୟାମେନ୍ଦ୍ର ମାହତୋ, ବସନ୍ତ ସାମଲ, ସୁବଳ ବାସୁରୀ, ମାରିଆନୁସ ଏକ୍କା, ଜୁଲୁ, ରହେମାନ, ବନମାଳା ବିଶୋଇ, ମହିଳା ରାଜ୍ୟ ସଂପାଦିକା ରାଜ ଲକ୍ଷ୍ମୀ ପାତ୍ର ଓ ଲତା ନାୟକ, ଲୋକନାଥ ଭୂମିଜ, ଅଭିମନ୍ୟୁ ଦାସ, ଚତୁରଭୁଜ ସାମଲ, ଲିଙ୍ଗରାଜ ମହାନ୍ତି, ଶୁକ୍ରା କେରକେଟା, ଅନୁପ ଖାଡିଆ ପ୍ରମୁଖଙ୍କ ସମେତ ବହୁ କର୍ମୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

fifteen + eleven =