ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ତରଭା ବ୍ଲକ ରାଣୀସରଡ଼ାଠାରେ ରାଜ୍ୟସ୍ତରୀୟ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ ଦଶରଥ ବାଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅବଦୁଲ ଅଳି (ଆର୍‌ପିଆଇ)ମୁଖ୍ୟବକ୍ତା ଗୁପ୍ତେଶ୍ୱର ଖୁରା ସମ୍ଭାନିତ ଅତିଥି ଭାବେ ଅଚ୍ୟୁତ କୁମ୍ଭାର (ଭୀମ ସେରନି ନାରୀ ଏକତା ମିଶନ ଓଡିଶା), ମାନିଲାଲ ମହାନନ୍ଦ, ଅଚ୍ୟୁତ ଛତର, ନିହାଲ ସିଂ, ଜଣାଶୁଣା କଳାକାର ବିନ୍ଦୁ ମଲ୍ଲିକ, ଯୁଧିଷ୍ଠିର ବାରିକ, ମଞ୍ଜୁଲତା କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭୀମ ସେରନି ସଦସ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅରୁଣ ବାଦୀ, ଫିରୋଜ କୁମ୍ଭାର, କୃଷ୍ଣ ଚନ୍ଦ୍ର ବାଗ ଆୟୋଜନ କରିଥିଲେ । ସମ୍ବିଧାନକୁ ପୁଙ୍ଖାନୁପୁଙ୍ଖ ଭାବରେ ବହୁଜନ ସମାଜକୁ ଅତିଥି ଗଣ ବୁଝାଇଥିଲେ ।

jittmm
Leave A Reply

Your email address will not be published.