ବଲାଙ୍ଗିର, (କେପିଏନ୍ଏସ୍) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଅକ୍ଟୋବର ୩୦ ତାରିଖଠାରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ମ୍ୟୁନିସିପାଲିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦାର ଧରୁଆ, ଅତିରିକ୍ତ ଏସ୍ପି ସୁରେଶ ନାୟକ, ଡ଼ିଏସ୍ପି ଭିଜିଲାନ୍ସ, ବଲାଙ୍ଗିର ପୁଲସ୍ତି ଛତ୍ରିଆ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ରାଲି କୋଶଳ କଳା ମଣ୍ଡଲ ପଡିଆରୁ ବାହାରି ସହର ପରିକ୍ରମା କରିଥିଲା । ଏହି ସଚେତନତା ରାଲିରେ ଦୁର୍ନୀତି ହଟେଇବା ସହ ପ୍ରଗତି ପଥେ ଦେଶକୁ ଆଗେଇ ନେବାକୁ ସ୍ଲୋଗାନ ଦିଆଯାଇଥିଲା । ଦୁଇ ଶହରୁ ଅଧିକ ମହିଳା ସଦସ୍ୟାଙ୍କ ସମେତ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖାର କର୍ମଚାରୀମାନେ ଯୋଗଦେଇଥିଲେ ।