ଗୋବିନ୍ଦତୋଳା ଦୁର୍ଗାପୂଜା ପାଇଁ ବିଲ୍ଵବରଣ ଓ କଳସାଧିବାସ ପୂଜାକର୍ମ ଅନୁଷ୍ଠିତ

ସମ୍ବଲପୁର : ସମ୍ବଲପୁର ସହରର ଗୋବିନ୍ଦତୋଳା ରେ ଆୟୋଜିତ ହେଉଥିବା ୫୫ତମ ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ବିଲ୍ଵବରଣ ପୂଜା ବିଧି ଓ କଳସାଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ନିଷ୍ଠାର ସହ ପୂଜାବିଧି ପଣ୍ଡିତ ଜଗଦିଶ ଦାଶ ଓ ସହଯୋଗୀ ସୁଶ୍ରିତ ଷଡ଼ଙ୍ଗୀ, ଶଶାଙ୍କ ବେହେରା ପ୍ରମୁଖଙ୍କ ପୌରାହିତ୍ୟରେ ଏ ବର୍ଷର ପୂଜାକର୍ତ୍ତା ଦମ୍ପତ୍ତି ଦାଶରଥି ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ନିକିତା ପଣ୍ଡାଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା । ଗୋବିନ୍ଦତୋଳା ବସ୍ତିରେ ବିଲ୍ଵବରଣ ପୂଜାବିଧି କରିବା ପରେ ମହାନଦୀ ଓ ହରଡ଼ ଜୋରର ସଙ୍ଗମ ସ୍ଥାନରେ ପୂଜାବିଧି ମତେ କଳସ ବୁଡ଼ା ତଥା ଅଧିବାସ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହି କ୍ରମରେ ଗୋବିନ୍ଦତୋଳା ସ୍ଥିତ ଶିବ ମନ୍ଦିରରେ ଓ ରାଧାକୃଷ୍ଣ ମନ୍ଦିରରେ ପୂଜା ଅର୍ଚନା ପୂର୍ବକ ପୂଜା ନିମନ୍ତ୍ରଣ କରାଯାଇଥିଲା । ପ୍ରତିବର୍ଷ ଭଳି ୯ ଜଣ ବ୍ରାହ୍ମଣ ଦୀପକ ପଣ୍ଡା, ଜଗନ୍ନାଥ ପଣ୍ଡା, ରଂଜିତ ରଥ, ପ୍ରକାଶ ପଣ୍ଡା, ସ୍ୱରୂପ ପୁରୋହିତ, ଅନିଲ ନାୟକ, ପ୍ରତୀକ ପଣ୍ଡା, ନିମେଇଁ ଚରଣ ପଣ୍ଡା ଓ ନିପଙ୍କର ସେନ ପ୍ରମୁଖ କଳସ ବୁଡ଼େଇବା ସହ ଅନେକ ମହିଳା ସଂକଳ୍ପ ରଖି କଳସ ବୁଡେଇଥିଲେ । ଏହି କଳସ ଯାତ୍ରା ଓ ବିଲ୍ଵ ବରଣ ପୂଜାବିଧି ଗୌରୀଦାଶ ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ, ବସନ୍ତ ଦାଶ, ଜୟନାରାୟଣ ଶତପଥି, ପ୍ରଦୀପ ମିଶ୍ରଙ୍କର ତତ୍ୱାବଧାନରେ ଆୟୋଜିତ ହୋଇଥିଲା । ଏବର୍ଷର ଶାରଦୀୟ ଦୁର୍ଗାପୂଜାର ଆଜିର ପ୍ରାରମ୍ଭିକ ପୂଜାବିଧି କାର୍ଯ୍ୟକ୍ରମରେ କମିଟିର ସଭାପତି ପ୍ରଦୀପ ପାଢ଼ୀ, ସମ୍ପାଦକ ଶୁଭମ ମହାପାତ୍ର, କୋଷାଧ୍ୟକ୍ଷ ବାଙ୍କବିହାରୀ ପଣ୍ଡା, ଲଟେରୀ କମିଟିର ଅଧ୍ୟକ୍ଷ ଅଜୟ ସାହୁ, ଶ୍ରୀକାନ୍ତ ପଣ୍ଡା, କରୁଣାକର ଶତପଥି, ହିମାଂଶୁ ଶେଖର ପ୍ରଧାନ, ଦିଲୀପ ଠାକୁର, ବାବୁଲୁ ପଣ୍ଡାଙ୍କ ସହ ଶତାଧିକ ମହିଳା, ପୁରୁଷ ତଥା ଯୁବକମାନେ ସାମିଲ ହୋଇଥିଲେ । ଆଜିର ଏହି ବିଶେଷ କାର୍ଯ୍ୟକ୍ରମରେ ଦୂଲଦୁଲି, ଘଣ୍ଟ ଶଙ୍ଖ ବାଦ୍ୟକୁ ସାମିଲ କରାଯାଇଥିଲା । ରାସ୍ତାର ସ୍ଥାନେ ସ୍ଥାନେ ପ୍ରତ୍ୟେକ ଘର ରାସ୍ତା ଉପରେ ରଙ୍ଗୋଲି, ଚିତାଲାଗି ଦୀପ ଓ କଳସୀ ଲଗାଇ ମା’ ଭୁବନେଶ୍ୱରୀଙ୍କର କଳସ ଯାତ୍ରାକୁ ସ୍ୱାଗତ ସମ୍ମାନ ଜଣାଇଥିଲେ ।

Leave A Reply

Your email address will not be published.