ଗଞ୍ଜେଇ ଚାଲାଣକାରୀଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ

ସମ୍ବଲପୁର : ସମ୍ବଲପୁର ଜିଲା ଅବକାରୀ ବିଭାଗର ସଦର ରେଞ୍ଜ ପକ୍ଷରୁ ଗତ ବର୍ଷ ଜୁଲାଇ ୨୨ ତାରିଖରେ ଏକ ଚଢ଼ଉ ସମୟରେ ସଦର ଥାନାଞ୍ଚଳ ଭୋଇପାଲି ନିବାସୀ ମହେନ୍ଦ୍ର ଡିଲଙ୍କୁ ୧.୫ କିଗ୍ରା ଗଞ୍ଜେଇ ସମେତ ଗିରଫ କରାଯାଇଥିଲା । ଏକ ମାମଲା ରୁଜୁ କରାଯାଇ ଅବକାରୀ ବିଭାଗ ତରଫରୁ ଅଭିଯୁକ୍ତଙ୍କୁ ଅଦାଲତଙ୍କ ମାଧ୍ୟମରେ ଜେଲ ହାଜତକୁ ପଠାଯାଇଥିଲା । ଏହି ମାମଲାର ଶୁଣାଣି ସମୟରେ ଜିଲା ସ୍ୱତନ୍ତ୍ର ବିଚାରପତି ଅଭିଯୁକ୍ତ ମହେନ୍ଦ୍ର ଡିଲଙ୍କୁ ଦୋଷୀ ରୂପେ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କାର ଜରିମାନା ଆଦାୟ ପାଇଁ ଫଇସଲା ଦେଇଛନ୍ତି । ଏହି ମାମଲାକୁ ସ୍ୱତନ୍ତ୍ର ପିପି ଜ୍ଞାନରଞ୍ଜନ ପଣ୍ଡା ସରକାରଙ୍କ ତରଫରୁ ପରିଚାଳନା କରୁଥିବା ବେଳେ ଆଇନଜୀବୀ ଜେ.କେ. ହୋତା ଓ ସାଥିମାନେ ଅଭିଯୁକ୍ତଙ୍କ ତରଫରୁ ମାମଲାକୁ ପରିଚାଳନା କରୁଥିଲେ ।

Leave A Reply

Your email address will not be published.