ବ୍ଲକସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ

ବଣାଇଗଡ଼ , (ହବିବ ମହମ୍ମଦ) : ବଣାଇ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଶୃଙ୍ଖଳତାର ସହିତ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ବଣାଇ ଗୋଷ୍ଠୀ ଶିକ୍ଷାଧିକାରୀ ସୁନୀଲ କୁମାର ମୁଣ୍ଡୁ ଯୋଗଦେଇ ଏହି ମହୋତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ କହିଥିଲେ । ସେହିଭଳି ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶକୁନ୍ତଳା କିଷାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଅବସର ପ୍ରାପ୍ତ ଅଧ୍ୟକ୍ଷ ଗୌରାଙ୍ଗ ଚରଣ ସିଂ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ମହୋତ୍ସବର ଉଦ୍ଦେଶ୍ୟ ତଥା ମାଣ୍ଡିଆର ଉପକାରିତା ସମ୍ପର୍କରେ ବିସ୍ତ୍ରୁତ ଭାବେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହାପରେ “ସୁରଭି” ୨୦୨୩ ଉପଲକ୍ଷେ ପୂର୍ବରୁ ଆୟୋଜିତ ଓଡିଶା ମିଲେଟସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାପରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଶୀନାଥ ବେହେରା, ପ୍ରଧାନ ଶିକ୍ଷକ ଛନ୍ଦା ଚରଣ ଡଗରେ, ରୁଗୁଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ବାଙ୍କ, ସମେତ ପ୍ରଶାନ୍ତ କୁମାର ସାହୁ, ମାନସ ରଞ୍ଜନ ସାହୁ, ଭୀମସେନ ଖମାରି, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.