jsm

ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ

csstore

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଅନ୍ତର୍ଗତ ଖରିବାହଲ ରାସ୍ତାରୁ କନ୍ଦାମୁଣ୍ଡା ରାସ୍ତା ଖରାପ ଅବସ୍ଥାରେ ପଡ଼ିରହିଛି । ରାସ୍ତା ଫାଟି ସାରିଥିବା ଅଭିଯୋଗ ହୋଇଛି । ରାସ୍ତା ପିଚୁ କାମ ନିମ୍ନମାନର ହୋଇଥିବା ବେଳେ ଦୁଇ ତିନି ବର୍ଷ ପରେ ପିଚୁ ରାସ୍ତାରୁ ମେଟାଲ ବାହାରି ଖାଲଖମାରେ ପୂରି ରହିଛି । ଏଥିଯୋଗୁଁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି । ଏହି ରାସ୍ତାର ତୁରନ୍ତ ମରାମତି ପାଇଁ ଆମ୍‌ପାଲି ଓ ବୁଡ଼ାବାହାଲ, ଖରିବାହାଲ, ବେଲଗାଁ ତଥା ଆଖପାଖର ଜନସାଧାରଣ ଦାବୀ କରିଛନ୍ତି । ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯିବା ଆସିବା କରୁଥିବା ଯୋଗୁଁ ଅବିଳମ୍ବେ ରାସ୍ତା କାମ କରାଯିବାକୁ ଦାବୀପତ୍ରରେ କୁହାଯାଇଛି । ତେବେ ଏହି ଦାବୀପତ୍ର ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଏଡ଼ିଏମ୍‌ଙ୍କ ଜରିଆରେ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ପଶ୍ଚିମ ଓଡ଼ିଶା ସେବା ସଂଘର ସଭାପତି ରାଜେଶ ବଗର୍ତ୍ତି, ଜିଲ୍ଲା ସଭାପତି ରୋହିତ ସାହୁ, ବରିଷ୍ଠ ସମାଜସେବୀ ହରି ନନ୍ଦ ଜିଲ୍ଲା ସଂଗଠନ ସଭାପତି ପଞ୍ଚାନନ ନାଏକ, ହରିଶ୍‌ଚନ୍ଦ୍ର ସାହୁ, ବନବିହାରୀ ନାଗ, ସତ୍ୟବନଛୋର, କାଳିନ୍ଦ୍ରୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.