ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ସମୂହ ଦୀପଦାନ ତଥା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଅନୁଦାନର ଭିତ୍ତିପ୍ରସ୍ତର ସ୍ଥାପନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ଅବସରରେ ତାଙ୍କର ଦୀର୍ଘାୟୁ ତଥା ସୁସ୍ଥ ଜୀବନ ପାଇଁ ଲୋଇସିଂହା ବ୍ଲକ ବିଜୁ ଜନତା ଦଳ ତରଫରୁ ମା’ କୁଶଙ୍ଗେଇ ମନ୍ଦିରଠାରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା, ଲୋଇସିଂହା ବ୍ଲକ ବିଜେଡି ସଭାପତି ହୃଦୟାନନ୍ଦ ବେହେରା, ଜିଲ୍ଲା ପରିଷଦ ପ୍ରତିନିଧି କୈଳାଶ ବରିହା, କୁଶଙ୍ଗ ଗୌନ୍ତିଆ ବୃନ୍ଦବନ ପଟେଲ, ସମିତି ସଭ୍ୟ ପିଙ୍କୁ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ । ସମୂହ ଦୀପଦାନ ପରେ କୁଶଙ୍ଗ ପଂଚାୟତ କାର୍ଯ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତାରେ ଆସିଥିବା କୁଶଙ୍ଗେଇ ମନ୍ଦିରର ଉନ୍ନତି କରଣ ସାଙ୍ଗକୁ ସାଇ ମନ୍ଦିରର ଉନ୍ନତିକରଣ, ଟିକ୍ରାପଡ଼ାଠାରେ ପ୍ରହରୀ ମଣ୍ଡପ ନିର୍ମାଣ, ବଞ୍ଜାରି ଗ୍ରାମରେ ରାଧାକୃଷ୍ଣ ମଣ୍ଡପ ନିର୍ମାଣ ଓ କୁଶଙ୍ଗ ଯୁକ୍ତ ୨ କଲେଜଠାରେ ଏକ ଅମୃତ ଧାରା ପ୍ରକଳ୍ପ (ଜିଲ୍ଲା ପରିଷଦ ପାଣ୍ଠି)ର ଶୁଭ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ନାରେନ ହାତୀ, ମୁକୁନ୍ଦ କୁମ୍ଭାର, ଉଜ୍ଜଳ ପଧାନ, ଉମେଶ ବେହେରା, କନ୍ଦର୍ପ ମଟାରି ପ୍ରମୁଖ ସହାୟତା କରିଥିଲେ ।

jittmm
Leave A Reply

Your email address will not be published.