oom

ସେୟାର ଅନୁଷ୍ଠାନ ତରଫରୁ ସୁରତରଙ୍ଗ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସେୟାର ତରଫରୁ ସୁରତରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ମହାନ୍ ସଙ୍ଗୀତକାର କିଶୋର କୁମାରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ସମ୍ପାଦନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ସହଯୋଗୀ ଗୌତମ ମିଶ୍ର, ରୋଟାରୀଆନ ନିବେଦିତା ମିଶ୍ର, ସେୟାରର ନିର୍ଦ୍ଦେଶକ ଦିଲ୍ଲୀପ ପରିଡ଼ା ଓ ଅନ୍ୟତମ ନିର୍ଦ୍ଦେଶକ ନିଖିଳ କଳାକାର ପ୍ରଧାନ ଆନୁଷ୍ଠାନିକ ଭାବେ ପ୍ରଦୀପ ଜାଳି ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଦିବଙ୍ଗତ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ପରିଡ଼ାଙ୍କ ସ୍ମୃତିରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ମା’ ଜଗତଜନନୀ ଦୁର୍ଗାଙ୍କ ବନ୍ଦନା ଗାନ କରି କିଶୋର କୁମାରଙ୍କ ଫଟୋରେ ପୁଷ୍ପ ପ୍ରଦାନ କରିବା ପରେ କିଶୋର କୁମାର ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କଳାକାର ସୁମଧୁର ସଂଗୀତ ପରିବେଷଣ କରିଥିଲେ । ଦିଲ୍ଲୀପ ପରିଡ଼ା, ସତ୍ୟାଞ୍ଜୟ ତ୍ରିପାଠୀ, ଧୀରେନ୍ଦ୍ର ମିଶ୍ର, ଲିନା ସେନାପତି, ଲକ୍ଷ୍ମୀପ୍ରିୟା ବେହେରା, ଦେବଞ୍ଜଳି ଦାସଗୁପ୍ତ, ମନୋଜ ନାୟକ, ସତ୍ୟବ୍ରତ ମହାନ୍ତି, ବିମଳ ସାହୁ, ସତ୍ୟନାରାୟଣ ମିଶ୍ର, ସୁବ୍ରତ ଦାସ, ମନୋଜ ମହନ୍ତ, ରୀନା କଦମ୍ବଳ, ଜଗନ୍ନାଥ ସାହୁ, ରଜତ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ସରୋଜ କୁମାର ମହାନ୍ତିଙ୍କ ଅନୁପସ୍ଥିତି ଯୋଗୁଁ ତାଙ୍କର ଶୁଭେଚ୍ଛା ପତ୍ର ପାଠ ପୂର୍ବକ ସମାପନ କରାଯାଇଥିଲା ।

jittmm
Leave A Reply

Your email address will not be published.