ବିଶ୍ଵ ହାତଧୁଆ ଦିବସ ପାଳିତ

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ଚେୟାର ପର୍ସନ ତଥା ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ଆହ୍ୱାନ କ୍ରମେ ବିଭିନ୍ନ ସ୍କୁଲର ଜୁନିୟର ରେଡକ୍ରସ ୟୁନିଟ ତରଫରୁ ବିଶ୍ଵ ହତାଧୁଆ ଦିବସ ପାଳିତ ହୋଇଯାଇଛି । ୨୦୨୩ ବର୍ଷର ଥିମ୍ “ସଫା ହାତ ଆମ ପହଞ୍ଚର” କ୍ରମରେ ସ୍ଥାନୀୟ ବାବୁପାଲି ସ୍କୁଲ, କୋଶଳ ଆବାସିକ ସ୍କୁଲ, ପ୍ରତାପପୁର ସ୍କୁଲ, ମାୟାବର୍ହା ହାଇସ୍କୁଲ, ସୁବଳୟା ହାଇସ୍କୁଲ, ଜୟ ଜଗନ୍ନାଥ ହାଇସ୍କୁଲ ଭଳି ବିଭିନ୍ନ ସ୍କୁଲରେ ଉକ୍ତ ଦିବସ ପାଳିତ ହୋଇଯାଇ ଛାତ୍ରଛାତ୍ରୀମାନଙ୍କୁ ହାତଧୁଆର ଛଅଗୋଟି ସୋପାନ ବିଷୟରେ ତାଲିମ ଦିଆଯାଇଛି । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡ.ରାଧାକାନ୍ତ ଗଡତିଆ ମୁଖ୍ୟ ଅତିଥିଭାବରେ ଯୋଗଦେଇ ହାତ ଧୋଇବାକୁ ନିତିଦିନ ଅଭ୍ୟାସ କରି ନିଜର ସ୍ୱାସ୍ଥ୍ୟକୁ ବିକଶିତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ସମ୍ମାନିତ ଅତିଥିଭାବରେ ଜିଲ୍ଲା ଜୁନିୟର ରେଡକ୍ରସ ଉପସଭପତି ଯୋଗଦେଇ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବି ଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ । ସାଧନ କର୍ମୀ ଚନ୍ଦ୍ରମଣି ବାଘ, ଗୋପେଶ ପଣ୍ଡା, ଚନ୍ଦ୍ର ଶେଖର ମହାପାତ୍ର, ମୋନାଲିସା ପରିମାଣିକ, ହେମନ୍ତ ମେହେର, ବ୍ରତାନନ୍ଦ ଭୋଇ, ସଙ୍ଗୀତା ପଧାନ ପ୍ରମୁଖ ତାଲିମ ଦେଇଥିଲେ । ପ୍ରଧାନଶିକ୍ଷକ ଶଶିଭୂଷଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.