ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାୟନ୍ସ କ୍ଲବ ଇଣ୍ଟର ନ୍ୟାସନାଲ ତରଫରୁ ବିଶ୍ୱକୁ ଶାନ୍ତିର ବାର୍ତା ଦେବା ଉଦ୍ଦେଶ୍ୟରେ ବିଶ୍ୱ ବ୍ୟାପୀ ବିଭିନ୍ନ ସ୍ଥାନରେ ଶାନ୍ତି ଉପରେ ଚିତ୍ର ଅଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଲାୟନ୍ସ କ୍ଲବର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ରବିବାର ସକାଳ ୯ ଟ।ରୁ ଡେୟାର ଟୁ ଡ୍ରିମ୍ ଥିମ ଉପରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସହରର ବିଭିନ୍ନ ସ୍କୁଲର ୩୬ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେହି ଚିତ୍ରାଙ୍କନକୁ ଜଜ କରିଥିଲେ ଟିଟିଲାଗଡ଼ର ସୁନାମ ଧନ୍ୟ ଚିତ୍ରକାର ସୁଧିର ମେହେର । ଏଥିରେ ପ୍ରଥମ ସ୍ଥାନ ଓମ ଭ୍ୟାଲି ସ୍କୁଲର ସତ୍ୟମ ପ୍ରଜ୍ଞା ପାଣିଗ୍ରାହୀ, ଦ୍ଵିତୀୟ ସ୍ଥାନ ଓମ ଭ୍ୟାଲି ସ୍କୁଲର ଅନୁଷ୍କା ଜୈନ, ତୃତୀୟ ସ୍ଥାନ ସେଣ୍ଟ ଆନି ସ୍କୁଲର ହେଜେଲ ରାଇମନ ଅକ୍ତିୟାର କରିଥିଲେ । ଏହି ପ୍ରତିଯୋଗିତାକୁ ସଞ୍ଚାଳନ କରିବାରେ କ୍ଲବର ସମ୍ପାଦକ ଅଜିତ ପାତ୍ର, ମାରକେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ପୂର୍ବତନ ସଭାପତି ରତ୍ନାକର ସାହୁ, ଲିଙ୍ଗରାଜ ସାହୁ, ଲାୟନ ଆଶୀର୍ବାଦ ମହାପାତ୍ର, ବାପି ଡେଭିଡ, ସୁଧିର ମେହେର, କୋଷାଧ୍ୟକ୍ଷ ସଜ୍ଜନ କମାନୀ, ପଙ୍କଜ ନାମଦେବ, ଅସୀମ କୁଣ୍ଡୁ, ନିରଜ ପଟ୍ଟନାୟକ, ନିହାର ପାଣ୍ଡିଆ, ରିଜୀିଓନାଲ ଚେୟାର ପର୍ସନ ଦୀପକ ପୃଷ୍ଟି, ଲିଓ କ୍ଲବ ସଭାପତି ଏମ୍‌ଡି ରିହାନ, ସମ୍ପାଦକ ଶୁଭଦୀପ ସାମନ୍ତ, ଲିଓ ଶାହିଲ ମେମନ, ଶଙ୍କର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.