csstore

ଲଳିତ ଜଗତଙ୍କୁ ମିଳିଳା ମଞ୍ଚ କଳା ଗୌରବ ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମଣ୍ଡୋସିଲ ଗ୍ରାମର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି, ପାଇକମାଲ ବ୍ଲକ କଳାକାର ମହାସଂଘର ସାଧାରଣ ସଂପାଦକ, ବରଗଡ଼ ଜିଲ୍ଲା ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ସଭାପତି, ସମାଜସବୀ, ନାଟ୍ୟକାର ତଥା ନିର୍ଦ୍ଦେଶକ ଲଳିତ ଜଗତଙ୍କୁ ମା’ ସମଲେଇ କଳା ପରିଷଦ ବରଗଡ ଦ୍ଵାରା ଆୟୋଜିତ ନୂଆଁଖାଇ ଭେଟଘାଟ ୨୦୨୩ ଅବସରରେ କଳା ଗୌରବ ସମ୍ମାନ ଆୱାର୍ଡ଼ ମାନପତ୍ର ଉପଢୌକନ ପୁଷ୍ପ ଗୁଚ୍ଛଦେଇ ଅନୁଷ୍ଠାନର ସଭାପତି ଇ.ଉଦିତ ବୋନ୍ଦିଆ, ଉପସଭାପତି ଅନିରୁଦ୍ଧ ପାଇକ ଓ ସମ୍ପାଦିକା ପୁଷ୍ପାଞ୍ଜଳି ପ୍ରଧାନ ଉପସ୍ଥିତ ରହି ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବରିଷ୍ଠ କଳାକାର ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପଙ୍କଜ ଜାଲ, ଉମାକାନ୍ତ ବାରିକ, ମାନସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.