ଶାରଳା ଶକ୍ତିପୀଠର ନୂତନ ଗେଟ୍ ନିର୍ମାଣ ପାଇଁ ଭୂମିପୂଜା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଢୋଲ ମହୁଲ ସ୍ଥିତ ମା’ ଶାରଳା ଶକ୍ତିପୀଠର ନୂତନ ଗେଟ୍ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରୁ ଆସିଥିବା ଅନୁଦାନ ରାଶିରେ କାର୍ଯ୍ୟାରମ୍ଭ ପାଇଁ ଶୁଭ ଦିଆଯାଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ଲିଲିମା ବେହେରା ନାରିକେଲ ଭାଙ୍ଗି ପୂଜାର୍ଚ୍ଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶାରଳା ଶକ୍ତିପୀଠର ମୁଖ୍ୟ ପୃଷ୍ଠପୋଷକ ତଥା ପୀଠାଧିଶ ଦେବୀପୁତ୍ର ମୁରଲୀ ଭୋଇ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ବିଜେଡି ବ୍ଲକ୍ ସଭାପତି ହୃଦୟାନନ୍ଦ ବେହେରାଙ୍କ ସମେତ ପୀଠର ସମସ୍ତ ଭକ୍ତ ଉପସ୍ଥିତ ଥିଲେ ।

Leave A Reply

Your email address will not be published.