ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେଲେ ଶ୍ରୀମତୀ ନିରୁପମା ମାଝି

ତୁରେକେଲା, (କୈଲାଶ ସଗ୍ରିଆ) : ସ୍ୱତନ୍ତ୍ର ବିକାଶ ପରିଷଦର ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଶ୍ରୀମତୀ ନିରୁପମା ମାଝି । ସୂଚନାଯୋଗ୍ୟ ଯେ, ସ୍ୱତନ୍ତ୍ର ବିକାଶ ପରିଷଦର ବଲାଙ୍ଗିର ଜିଲ୍ଲା ଉପସଭାପତି ଭାବେ ତୁରେକେଲା ବ୍ଲକ ଜିଲ୍ଲା ପରିଷଦ ୧୧ ନଂ. ଜୋନ୍‌ର ପୂର୍ବତନ ସଭ୍ୟା ଶ୍ରୀମତୀ ନିରୂପମା ମାଝୀଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତି ପାଇ ଶ୍ରୀମତୀ ମାଝି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ବଲାଙ୍ଗିରର ପୂର୍ବତନ ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.