ବେଆଇନ ମଦ ବିକାଳି ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାଉଳବାଞ୍ଜି ଗ୍ରାମରେ ଚଢ଼ାଉ କରି ଖପ୍ରାଖୋଲ ପୋଲିସ ଜଣକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଚାଉଳବାଞ୍ଜି ଗ୍ରାମର ସୁମନ ନିଆଲ ଖପ୍ରାଖୋଲ ହରିଶଙ୍କର ଯିବା ମୁଖ୍ୟ ରାସ୍ତାରେ ବହୁତ ଦିନ ଧରି ବେଆଇନ ଭାବେ ମଦ ବିକ୍ରି କରୁଥିଲେ । ସେଠାରେ ଅସାମାଜିକ ଲୋକମାନେ ମଦ ପିଇ ପାଟିତୁଣ୍ଡ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ବହୁତ ହଇରାଣ ହେବାକୁ ପଡୁଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଟିମ୍‌ ଚାଉଳବାଞ୍ଜି ଗ୍ରାମରେ ଚଢ଼ାଉ କରିଥିଲେ । ତେବେ ପୋଲିସ ଟିମକୁ ଦେଖି ଅଭିଯୁକ୍ତ ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରିବା ସମୟରେ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ । ଗିରଫ କଲା ପରେ ତା’ପାଖରୁ ୭୦ ଲିଟର ଦେଶୀ ମଦ ପାଉଚ ଏବଂ ୧୭.୭୫୦ ଲିଟର ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ.୧୮୭/୨୩ ୟୁ/ଏସ୍‌ ୫୨ (ଏ)ଓଡିଶା ଅବକାରୀ ଅଧିନିୟମ ଅନୁଯାୟୀ ଗିରଫ କରିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.