ବଲାଙ୍ଗିର ଜିଲ୍ଲା ସିନିୟର ଦ୍ୱିତୀୟ ସୁପର ନକଆଉଟ ଫୁଟବଲ ବଙ୍ଗୋମୁଣ୍ଡାକୁ ହରାଇ ଅମାମୁଣ୍ଡା ଦଳ ସେମିଫାଇନାଲରେ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଗାନ୍ଧି ଷ୍ଟାଡିୟମରେ ସୁପର ନକଆଉଟ ଫୁଟବଲ ଦ୍ୱିତୀୟ ଖେଳ ଗ୍ରୁପ ସି ବିଜେତା ଅମାମୁଣ୍ଡା ଏବଂ ଗ୍ରୁପ ଡି ବିଜେତା ଏବିଏଫ୍‌ସି ବଙ୍ଗୋମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅମାମୁଣ୍ଡା ୭-୨ଗୋଲରେ ବଙ୍ଗୋମୁଣ୍ଡାକୁ ହରାଇ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଅତିଥି ଭାବରେ ପୂର୍ବ ଖେଳାଳି କପିଳେଶ୍ୱର ପାଣିଗ୍ରାହୀ, ଲୋକନାଥ ନେପାକ, କରୁଣାକର ପୋଡ ଓ କ୍ରିଡା ସଂସଦ ବରିଷ୍ଠ ସଦସ୍ୟ ଭାବଗ୍ରାହୀ ରଥ ଯୋଗ ଦେଇଥିଲେ । କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘନ ସିଂ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କ୍ରୀକେଟ ସଂପାଦକ ଓମ୍‌ ପ୍ରକାଶ, କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ଜୟରାମ ମିଶ୍ର, ଡା.ସିଦ୍ଧେଶ୍ଵର ମିଶ୍ର, ଅଜିତ କୁମାର ସାହୁ, ଶରତ କୁମାର ନନ୍ଦ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ବୈକୁଣ୍ଠ ଜେନା, ରାଜେନ୍ଦ୍ର ସେଠ, ସୁଦର୍ଶନ ସେଠ ଓ ସୁଦୟ ବାରିକ ରେଫରି ଦାୟିତ୍ୱ ତୁଳାଇଥିଲେ । କ୍ରୀଡା ସଂସଦ ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ୯ ତାରିଖ ସୋମବାର ଦିନ ଗ୍ରୁପ ଇ ବିଜେତା ବିଏନ୍‌ଏଏ ଜରାସିଂହା ବନାମ ଗ୍ରୁପ ଏଫ୍‌ ବିଜେତା କୁରସୁଡ ଏଫ୍‌ଏ ମଧ୍ୟରେ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.