ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ତୁଷୁରା ପୋଲିସ

ତୁଷୁରା, (କେପିଏନ୍‌ଏସ୍‌) : ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ତୁଷୁରା ପୋଲିସ । ଏସମ୍ପର୍କରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ୍‌ ବାଗ । ଦିଆଯାଇଥିବା ସୂଚନା ଅନୁସାରେ ତୁଷୁରା ଥାନା ଅନ୍ତର୍ଗତ ବୀରମୁଣ୍ଡା ଗାଁର ଉତେଶ ପ୍ରଧାନ(୨୩) ଓ କୃଷ୍ଣ ମଟାଲି(୩୧)ଙ୍କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ତୁଷୁରା ପୋଲିସ କାବୁ କରି ସେମାନଙ୍କଠାରୁ ୨୨ କେଜି ଗଞ୍ଜେଇ ଜବତ କରିଥିଲା । ଏଥିସହ ଅଭିଯୁକ୍ତମାନଙ୍କଠାରୁ ଦୁଇଟି ବାଇକ୍‌ ମଧ୍ୟ ଜବତ କରିଥିବା ସୂଚନା ରହିଛି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.