ବରିଷ୍ଠମାନେ ଯୁବ ସମାଜ ପାଇଁ ମାଗଦର୍ଶକ : ଡାକ୍ତର ହୋତା

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଅବସର ଭବନଠାରେ ବିଶ୍ଵ ବୟୋଜ୍ୟେଷ୍ଠ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଞ୍ଜିନିୟର ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସାମଲଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଜିଏଚ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାକ୍ତର ବିରଞ୍ଚି ନାରାୟଣ ହୋତା ଯୋଗଦେଇ କହିଲେ ଯେ, ଯୁବ ସମାଜ ପାଇଁ ବରିଷ୍ଠମାନେ ସର୍ବଦା ମାର୍ଗଦର୍ଶକ ସାଜିଥାନ୍ତି । ସେମାନଙ୍କ ଅଭିଜ୍ଞତା ଓ ଅନୁଭୂତି ବିଭିନ୍ନ କ୍ଷେତ୍ରରେ ଉପଯୋଗୀ ହୋଇଥାଏ । ଇସ୍ପାତ କାରଖାନା ନିର୍ମାଣରେ ଅବସର ନେଇଥିବା କର୍ମଚାରୀଙ୍କ ଅବଦାନ ଅତୁଳନୀୟ ବୋଲି ମତ ରଖିଥିଲେ । ସଭାପତି ଶ୍ରୀ ଦାସ ସଭାପତିତ୍ବ ଅଭିଭାଷଣ ସହ ଅବସରପ୍ରାପ୍ତ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଓ ସାଧାରଣ ସମ୍ପାଦକ ଶ୍ରୀ ସାମଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ରାଧାମୋହନ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ଅରବିନ୍ଦ ପାତ୍ର, ଇନ୍ଦ୍ରଜିତ ସିଂ, ସହ ସମ୍ପାଦକ ଧନଞ୍ଜୟ ଦାସ, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମିଶ୍ର, ସମ୍ପାଦକ ଶତୃଘ୍ନ ଜେନା ଓ କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ୩୫ଜଣ ବରିଷ୍ଠ ନାଗରିକଙ୍କୁ ମାନପତ୍ର, ଉପଢୌକନ, ମୋମେଣ୍ଟୋ, ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ତ୍ରିଲୋଚନ ମଥାନ, ଅଶୋକ ବଳ, ଅନିରୁଦ୍ଧ ଦାସ, କପିଳେଶ୍ୱର ମହାରଣା, ରଥିନ୍ଦ୍ର ପ୍ରଧାନ, ଚାନ୍ଦମଣୀ ବେହୁରା, ନାରାୟଣ ସାମଲ, ଅକ୍ଷୟ ନାୟକ, ବସନ୍ତ ଜେନା, ଭଗବାନ ସାହୁ, ଗୌରୀ ମିଶ୍ର, ଧରଣୀଧର ସାମଲ, ସ୍ଵର୍ଣ୍ଣଲତା ସାମଲ, ଶିବାନୀ ରଣା, ମନୀଷା ରାଣୀ, ମୀନା ପାତ୍ର, ଚିତ୍ତରଞ୍ଜନ ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.