ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ସିରୋଲ୍ କ୍ଲଷ୍ଟରଠାରେ ସୁରଭି-୨୦୨୩ ଆୟୋଜିତ

ଟିଟିଲାଗଡ/ମୁରିବାହାଲ, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ଅନ୍ତର୍ଗତ ସିରୋଲ କ୍ଲଷ୍ଟରଠାରେ ସୁରଭି ୨୦୨୩ ଆୟୋଜିତ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଥମେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ସିରୋଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ରଣା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ୍ ଏବଂ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ବଡ଼ ଧୁମ୍‌ଧାମ୍‌ରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ, ମୁଖ୍ୟବକ୍ତା ଭାବେ ଡି.ଏ.ଭି (ସ୍ବୟଂଶାସିତ) ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ବିଧାନ ମିଶ୍ର, ସିରୋଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ରଣା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ୍ ଏବଂ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ କୁନି କୁନି କୃତି ଛାତ୍ର ଛାତ୍ରୀଙ୍କୁ ଏହି କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୩ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

jittmm
Leave A Reply

Your email address will not be published.